No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ରାୟଗଡ଼ :- ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ ବ୍ଲକ ନିକଟସ୍ଥ ବଡତୁଣ୍ଡି ଛକ ଠାରୁ ସାନତୁଣ୍ଡି ରାସ୍ତା ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ବଡତୁଣ୍ଡି ଛକ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱରା ଏକ ୪୧୯ କୋଟି ଟଙ୍କାର ଏକ ବିରାଟ ଉଚ୍ଚସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଉକ୍ତ କାର୍ଯ୍ୟ ଠିକାଦାର ଦେବିପ୍ରସାଦ ସାମନ୍ତରାୟଙ୍କ ନାମରେ ରହିଥିବା ଜଣାପଡିଛି । ଠିକାଦାର ଜଣକ ଶ୍ରମିକ ମାନଙ୍କ ରହିବା, ଖାଇବା ନିମନ୍ତେ ବଡତୁଣ୍ଡି ଛକ ନିକଟରେ ଏକ ୪ଟି ଟିଣ ଘର ନିର୍ମାଣ କରି କ୍ୟାମ୍ପ କରିଥିବା ବେଳେ ସେଠାରେ ଶ୍ରମିକ ମାନଙ୍କ ସହ ୪୦ ରୁ ୫୦ ଜଣ ଦୀର୍ଘ ଦୁଇ ରୁ ଉର୍ଦ୍ଧ ବର୍ଷ ହେବ ରହିଆସୁଥିବା ସହ ସେମାନଙ୍କ ବିଳାଶପୁର୍ଣ୍ଣ ସମୟ ଅତିବାହିତ କରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିବା ସହ ଚୋରି କରି ବିଦ୍ୟୁତ ନେଇଥିବା ଅଭିଯୋଗ କରିଥିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ।

ଉକ୍ତ କ୍ୟାମ୍ପରେ ଚୋରି ବିଦ୍ୟୁତ ମାଧ୍ୟମରେ ଶ୍ରମିକ ମାନଙ୍କ ପାଇଁ ହିଟର ଲଗାଇ ରନ୍ଧାକାର୍ଯ୍ୟ କରିବା, ବୋର ମାଧ୍ୟମରେ ଟ୍ୟାଙ୍କରକୁ ପାଣି ଉଠାଇ ନିର୍ମାଣଧିନ ସେତୁ ଏବଂ ରାସ୍ତାକାର୍ଯ୍ୟ ଉପରେ ଜଳ ସିଞ୍ଚନ କରିବା, ବଡବଡ ଲୁହାରଡକୁ ମେସିନ ଦ୍ୱାରା କାଟିବା ଏବଂ ମନୋରଞ୍ଜନ ନିମନ୍ତେ ଟିଭି ସହ ଫେନ, ଲାଇଟ ଇତ୍ୟାଦି ଅନେକ ବୈଦୁତିକ ଉପକରଣକୁ ଚୋରି ବିଦ୍ୟୁତ ମାଧ୍ୟମରେ ବ୍ୟବହାର କରୁଥିଲେ । ଯାହା ପ୍ରତ୍ୟେକ ଦୀନ ପ୍ରାୟତଃ ୮୦୦୦ ୱାଟ ବୋଲି ବିଦ୍ୟୁତ ବିଭାଗର ଅଧିକାରୀ ମାନେ ତଦନ୍ତ ବେଲେ ଜାଣିପାରିଥିଲେ । ଉକ୍ତ ଘଟଣା ଗଣମାଧ୍ୟମର ନଜରକୁ ଆସିବା ପରେ ରାୟଗଡ ବ୍ଲକର କିଛି ଗଣମାଧ୍ୟମର ପ୍ରତିନିଧି ମାନେ ଚଳିତ ମାସ ୦୬ ତାରିଖରେ ଖବର ସଂଗ୍ରହ କରିବା ପାଇଁ କ୍ୟାମ୍ପ ନିକଟରେ ପହଁଚିଥିଲେ ଏବଂ ମୁଖ୍ୟରାସ୍ତା ପାଖରୁ ବିଦ୍ୟୁତ ଚୋରି କରି ନେଇ ବିନା ଡରରେ ବ୍ୟବହାର କରୁଥିବା ନେଇ ତାଜୁବ ହୋଇଥିଲେ ।

ଗଣମାଧ୍ୟମର ଦାଇତ୍ୱ ଏବଂ କର୍ତ୍ତ୍ୟବ ଅନୁଯାଇ ପ୍ରଥମେ ସେ ଲାଇନମ୍ୟାନ ଶୁସାନ୍ତ କୁମାର ବେହେରା ଏବଂ ଉପଲଡା ଡିଭିଜନର କନିଷ୍ଠ ଯନ୍ତ୍ରି ଦେବବ୍ରତ ସାହୁଙ୍କୁ ପ୍ରଥମେ ଖବର ଦେଇଥିଲେ କିନ୍ତୁ ସେମାନେ ଘଟଣା ସ୍ଥଳକୁ ଆସିବା ପରିବର୍ତ୍ତେ ଲେଡରମ୍ୟାନଙ୍କୁ ଘଟଣା ସ୍ଥଳକୁ ପଠାଇ ଚୋରି କରିବା ପାଇଁ ବ୍ୟବହାର କରାଯାଇଥିବା ତାରକୁ ବିଦ୍ୟୁତ ଖୁଣ୍ଟରୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ଗଣମାଧ୍ୟମ ପ୍ରତିନିଧି ମାନେ ଏହାକୁ ବିରୋଧ କରିଥିଲେ l କାରଣ ବିଦ୍ୟୁତ ତାରକୁ ବିଚ୍ଛିନ୍ନ କରିବାପରେ ସମସ୍ତ ବ୍ୟବହାର କରାଯାଉତିବା ବିଦ୍ୟୁତ ଉପକରଣକୁ ଲୁଚାଇବାକୁ ଶ୍ରମିକ ମାନଙ୍କ ସାହାଯ୍ୟରେ ଉଦ୍ୟମ କରୁଥିଲେ ଲେଡରମ୍ୟାନ ଏବଂ ସେହି ସମୟରେ ଆସି ପହଁଚିଥିଲେ ଲାଇନମ୍ୟାନ ପୁଣିଥରେ ଦୁଇ ଜଣ ମିସି ଚୋରା ବିଦ୍ୟୁତ ତାରକୁ ବିଚ୍ଛିନ୍ନ କରିବା ପାଇଁ ଉଦ୍ୟମ କରିଥିଲେ ।

ପରେ ଗଣମାଧ୍ୟମର ପ୍ରତିନିଧିମାନେ ଉପଲଡା ସହକାରି ବିଦ୍ୟୁତ ଅଧିକାରି ଏବଂ ଜିଲ୍ଲା ବିଦ୍ୟୁତ ଅଧିକାରିଙ୍କୁ ଜଣାଇଥିଲେ ସୁଦ୍ଧା ପରବର୍ତ୍ତି ସମୟରେ ସେମାନେ ମଧ୍ୟ ଫୋନ ଉଠାଇନଥିଲେ ଏବଂ ଶେଷରେ ମୋବାଇଲକୁ ବନ୍ଦ କରିଦେଇଥିଲେ । ଯାହାଫଳରେ ଗଣମାଧ୍ୟମର ପ୍ରତିନିଧି ମାନେ ବାଧ୍ୟ ହୋଇ ବିଦ୍ୟୁତ ବିଭାଗର ସୁପରିଣ୍ଟେ ଏବଂ ବ୍ରହ୍ଣପୁର ବିଦ୍ୟୁତ ବିଭାଗ ଏନଫରସମେଣ୍ଟ ବିଭାଗକୁ ଯୋଗାଯୋଗ କରିଥିଲେ । ସେମାନଙ୍କ ତାଗିଦ ପରେ ସନ୍ଧ୍ୟା ସମୟରେ ଘଟଣା ସ୍ଥଳରେ ପହଁଚିଥିଲେ ଉପଲଡା ବିଦ୍ୟୁତ ବିଭାଗର ସହକାରୀ ଅଧିକାରି ସ୍ମୁତି ରଞ୍ଜନ ଦାସ ଏବଂ ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ । କିନ୍ତୁ ସ୍ଥାନୀୟ ଜନସାଧାରଣ ଏବଂ ସ୍ଥାନୀୟ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି ଯେ ଲାଇନମ୍ୟାନ ଶୁଶାନ୍ତ କୁମାର ବେହେରା ଏବଂ ଉପଲଡା କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁଙ୍କ ଜାଣତରେ ଠିକାଦାର ଜଣକ ଦୁଇ ବର୍ଷରୁ ଉର୍ଦ୍ଦ ହେବ ବିଦ୍ୟୁତ ଚୋରି କରି ବ୍ୟବହାର କରୁଥିଲେ।

ତେଣୁ ବିଦ୍ୟୁତ ବିଭାଗ ଏବଂ ସରକାରଙ୍କ ଟିକସ ଫାଙ୍କିବାରେ ଏ ଦୁଇଜଣଙ୍କ ସମାନ ସମାନ ଦୋଷ ରହିଥିବା ପ୍ରକାଶ କରିବା ସହ ଉଭୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କୁ ତଦନ୍ତର ପରିଷରଭୁକ୍ତ କରାଯିବ ନା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଠିକାଦାର ଦେବିପ୍ରସାଦ ସାମନ୍ତରାୟଙ୍କ ସହ ଲାଇନମ୍ୟାନ ଶୁସାନ୍ତ କୁମାର ବେହେରା ଏବଂ ଉପଲଡା ବିଦ୍ୟୁତ ବିବାଗ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁଙ୍କ ଉପରେ ବିଦ୍ୟୁତ ବିଭାଗ ଏବଂ ପୋଲିସ ତଦନ୍ତ ପରିଷରକୁ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ଚୁପରହି ସେମାନଙ୍କ ମନୋବଳ ବଢାଇବାରେ ସହାୟକ ହେବ । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result