No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ ,ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ୫୭ ନଂ ଜାତୀୟ ରାଜପଥ ରୁ ଗାଡ଼ି ସହ ୧୦ କେଜି ଗଞ୍ଜେଇ ଜବତ କରାଯାଇଛି।ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଲିଆ ବାଡି ଗ୍ରାମ ର ଦୀପକ୍ ପ୍ରଧାନ, ପିତା – ପ୍ରଦୀପ ପ୍ରଧାନ ଏବଂ ଦୀପକ୍ ପ୍ରଧାନ ଙ୍କ ସ୍ତ୍ରୀ ହିନା ବିବି ଫୁଲବାଣୀ ରୁ ଗଞ୍ଜେଇ ନେଇ ଖୋର୍ଦ୍ଧା ଯାଉଥିବା ସମୟରେ ମହିତମା ଛକ ୫୭ ନଂ ଜାତୀୟ ରାଜପଥ ରେ ନୂଆଗାଁ ପୁଲିସ୍ ତାଙ୍କୁ ଅଟକାଇଥିଲା ।
ସନ୍ଦେହ ହୋଇଥିବାରୁ ଚେକିଂ କରାଯିବା ବେଳେ ଡିକି ରୁ ୧୦ କେଜି ଗଞ୍ଜେଇ ବାହାରିଥିଲା । ନୂଆଗାଁ ପୁଲିସ୍ ଦ୍ଵାରା ପ୍ୟାସନ୍ ଗାଡ଼ି ସହିତ ୧୦ କେଜି ଗଞ୍ଜେଇ ଜବତ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result