No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ପାରଳାଖେମୁଣ୍ଡି :- ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ଗୋଟିଏ ଦୁଃଖ ର ବିଷୟ ଘଟିଯାଇଛି , ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଯୁବ କଂଗ୍ରେସ ର ଜଣେ ସକ୍ରିୟ ସଦସ୍ୟ ଗୈତମ ପଣ୍ଡା (ବାପି ପଣ୍ଡା) ସେ ଛାତ୍ର ସମୟରେ କଂଗ୍ରେସ ଦଳପ୍ରତି ଛାମୁଆଁ ହିସାବରେ କାର୍ଯ୍ୟ ନିର୍ବାହୀ କରୁଥିଲେ, ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନମ୍ବର ୧୦ଓ୧୧ରେ ଆଗଧାଡିର କାର୍ଯ୍ୟ କରିଥିଲେ । ହଠାତ୍ ତାଙ୍କର ଦେହ ଖରାପ ହେବା ଯୋଗୁଁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଆଜି ଅପରାହ୍ନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଏହି ଅକାଳ ବିୟୋଗ ରେ ଆମ୍ଭେମାନେ ମର୍ମାହତ ହୋଇ ପଡିଛୁ ,
ଫଳରେ ଜଣେ ଯୁବନେତୃତ୍ବ କୁ ହରାଇଛୁ । ଆଜି ର ଏହି ଦୁଃଖରେ ସ୍ୱର୍ଗୀୟ ବାପି ପଣ୍ଡା ଙ୍କୁ ଉକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମା ର ସତ୍ ଗତି ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ, ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ, ସାଂସଦ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ, ବିଭୁତି ଭୁଷଣ ପାତ୍ର, ଜୟମହୋନ ରାଓ,ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ,ବାବୁଲି ପାଢି, ବାବୁଲି ସାହୁ, ସଂଜୟ ଅଧିକାରୀ, ଅତି ନିଜର ରାଜା ପାତ୍ର, ସନ୍ତୋଷ ପାଣିଗ୍ରାହୀ, ବିଷ୍ଣୁ ପାଢି, ଗୋବିନ୍ଦ ପାଢି, କେ ରାମଶ୍ବାମି, ଭାର୍ଗବ, ଖଗ, ରମେଶ,ତ୍ରିପତି ପାତ୍ର, ଗରୁଡ଼ ଧ୍ଵଜ ଚୈଧୁରି, ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । (ରିପୋର୍ଟ –ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result