No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସହର ଉପକଣ୍ଠର ଫରେଷ୍ଟ ଛକ ନିକଟରେ ରହିଥିବା ଆଶ୍ରା ଜରାଶ୍ରମର ବୃଦ୍ଧବୃଦ୍ଧାଙ୍କୁ ନେଇ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟିକାକରଣ କରିଥିଲେ । ଗତ ଦୀର୍ଘ ଦିନ ହେଲା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି । ହେଲେ ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କୁ କୋଭିଡ୍ ଟିକାକରଣ ପାଇଁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଟିକା ପ୍ରଦାନ କରି ପୁଣି ସେଠାରେ ଛାଡିବା ବ୍ୟବସ୍ଥା ହେଇ ପାରୁନଥିଲା । ଯଦ୍ୱାରା ଏହି ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧାମାନେ ଟିକା ନେବା ପାଇଁ ଡାକ୍ତରଖାନା କୁ ଆସି ପାରୁ ନ ଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ବୃଦ୍ଧବୃଦ୍ଧାଙ୍କୁ ଟିକାକରଣ ପାଇଁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ପାତ୍ରଙ୍କ ଉପସ୍ଥିତିରେ ।
ବୃଦ୍ଧବୃଦ୍ଧାଙ୍କ ଟିକାକରଣ କରଯାଇଥିଲା l ଆଜି ସାବିତ୍ରି ଅମାବାସ୍ୟା ସରକାରୀ ଛୁଟି ହୋଇଥିଲେ ମଧ୍ଯ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଟିକା ପ୍ରଦାନ କରି ପୁଣି ସେଠାରୁ ଛାଡିବା ବ୍ୟବସ୍ଥା କରି ନିଜର ମହନୀୟତାର ପରିଚୟ ଦେଇଥିଲେ । ଟିକା ଗ୍ରହଣ କରିବା ପରେ ଆଶ୍ରା ଜରାଶ୍ରମ ବୃଦ୍ଧବୃଦ୍ଧା ମାନେ କରୋନାର ଏହି ଘଡିସନ୍ଧି ମୁହୁର୍ତ୍ତରେ କୌଣସି ବ୍ୟକ୍ତି ଟିକାକରଣରେ ସାହାର୍ଯ୍ୟ କରୁନଥିବାରୁ ବୃଦ୍ଧାବସ୍ଥା ଯୋଗୁଁ ପାଦଚଲାରେ ଡାକ୍ତରଖାନା ଆସି ପାରୁ ନଥିଲୁ । ଆମକୁ ଆଜିର ଟିକାକରଣରେ ସ୍ଵାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ସାହାଯ୍ୟଓ ସହଯୋଗ କରିଥିବାରୁ ଜରାଶ୍ରମର ବୃଦ୍ଧ ବୃଦ୍ଧା ମାନେ ସେମାନଙ୍କୁ ପ୍ରଂଶସା କରିଥିଲେ (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result