କଲେଜ ଅଧ୍ୟକ୍ଷ ନାମରେ ଫେକ୍ ଆକାଉଣ୍ଟ ତିଆରି କଲେ ସାଇବର ଠକ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁନ୍ , ବୁଧବାର ) ଓଡ଼ଗାଁ :- ଅନେକ ଲୋକ ଅନେକ ସମୟରେ ନିଜର ଫେସବୁକ ଆକାଉଣ୍ଟ ହେକ ହେବାର ବା ଫେସବୁକ ରେ କେହି ତାଙ୍କର ଫେସବୁକ ଆକାଉଣ୍ଟ ତିଆରି କରି ଲୋକଙ୍କୁ ଫ୍ରେଣ୍ଡ୍ ରିକ୍ୱଷ୍ଟ ପଠାଇ ବନ୍ଧୁତା କରୁଥିବା ବେଳେ ଅନେକ ମେସେଞ୍ଜର ରେ ମେସେଜ କରି ଟଙ୍କା ବି ମାଗିବାର ନଜର ରହିଛି । ତେବେ ଠକଙ୍କ ଟାର୍ଗେଟ ରେ ବର୍ତ୍ତମାନ ପ୍ରତିଷ୍ଠିତ ବ୍ୟକ୍ତିମାନେ । ବର୍ତମାନ ଠକଙ୍କ ଟାର୍ଗେଟ ରେ ନୟାଗଡ଼ ଜିଲ୍ଲା ଶରଣକୁଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜକିଶୋର ସାହୁ ।

କେହି ଜଣେ ସାଇବର ଠକ ରାଜକିଶୋର ସାହୁଙ୍କର ଫେକ୍ ଆକାଉଣ୍ଟ ତିଆରି କରି ଲୋକଙ୍କୁ ବନ୍ଧୁତା ପାଇଁ ଫ୍ରେଣ୍ଡ୍ ରିକୱଷ୍ଟ ପଠାଇଥିବା ସହ ବର୍ତ୍ତମାନ ସୁଦ୍ଧା ମେସେଞ୍ଜର ମାଧ୍ୟମରେ ୧୫ ଜଣଙ୍କୁ ୫,୫୦୦ ଟଙ୍କା ମଧ୍ୟ ମାଗୁଛନ୍ତି । ଏହି ଘଟଣା ବିଷୟରେ ଜାଣିବା ପରେ ଶ୍ରୀ ସାହୁ ନିଜେ ନିଜର ଫେସବୁକ ଆକାଉଣ୍ଟ କୁ ଲୋକଙ୍କୁ ଏହି ଫେକ୍ ଆକାଉଣ୍ଟ ବିଷୟରେ ଅବଗତ କରାଇବା ସହିତ ସତର୍କ କରିଛନ୍ତି । ଏବଂ କୈାଣସି ବି ପରିସ୍ଥିତି ରେ କାହାକୁ ଟଙ୍କା ନ ଦେବା ପାଇଁ ଅନୁରୋଧ କରିଛନ୍ତି । ଓଡ଼ଗାଁ ଅଞ୍ଚଳରୁ ପୂର୍ବରୁ ମଧ୍ୟ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ଫେକ୍ ଆକାଉଣ୍ଟ ତିଆରି କରି ସାଇବର ଠକ ମାନେ ଟଙ୍କା ମାଗିବାର ନଜର ରହିଅଛି ।     ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )