ପୁରୀ, ତିନିରଥ ନିର୍ମାଣ – ବୁଧବାର ର ଅଗ୍ରଗତି – ଆଜି ସୁଧା ତିନିରଥର ୩୮ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି

ରଥ ନିର୍ମାଣ ଅଗ୍ରଗତ :-

ଓଡ଼ିଶା ତାଜା ନ୍ୟୁଜ୍ (୦୯ଜୁନ୍, ବୁଧବାରପୁରୀ  :- ବୁଧବାର ରଥ ଖଳାରୁ, ମୋଟ ରଥ ନିର୍ମାଣକାରୀଙ୍କ ଉପସ୍ଥାନ :-୧୯୬ ତିନିରଥର ମୋଟ ମହାରହଁଣା ୭୭ ତିନିରଥର ଭୋଇ ସେବକ ୭୫ ତିନିରଥର କରତି ସେବକ ୪ ପାହି ମହାରଣା ୧ ଓଝା ବା କମାର ସେବକ ୧୭ ତୁମ୍ବ ବିନ୍ଧ କାରୀଗର ୨ ତିନି ରଥ ରୂପକାର ସେବକ ୧୯ ରଥ ଖଳା ସହାୟକ – ୧ ମୋଟ ୧୯୬

ରଥ ନିର୍ମାଣ ଅଗ୍ରଗତି :-

* ଆଜି ସୁଧା ତିନିରଥର ୩୮ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି । * ଯନ୍ତାଗାଡ଼ ରେ ତିନିରଥର ଶେଷ ତିନି ଚକ ତୁମ୍ଵରେ ସିଙ୍ଗଡ଼ା କଣ୍ଟା ଵାଡ଼ିଆ କାର୍ଯ୍ୟ ଶେଷ । *ତିନିରଥର ପାଞ୍ଚ ଦଣ୍ଡା ଚଉପଟ ହୋଇ ସାଲ କାମ ଶେଷ ହୋଇଅଛି। *ତିନିରଥର ପାର୍ଶ୍ୱ ଦଣ୍ଡା ଚଉପଟ କାର୍ଯ୍ୟ ଚାଲୁଅଛି । *ତିନିରଥର ଚାରିନାହାକା ଶେଷ *ତିନିରଥର ଦଣ୍ଡାରେ ଖଞ୍ଜା ହେବା ପାଇଁ ଆଗ ମୁହାଁଟ, ପଛ ମୁହାଁଟ ରେ ବିନ୍ଧ ଖୋଦେଇ ଶେଷ ।

*ତାଳଧ୍ଵଜ ରଥ,ନନ୍ଦିଘୋଷ ରଥର ଗରଗରା ଚଉପଟ କାମ ଚାଲୁ ରହିଛି * ଦେବଦଳନ ରଥର ଗରଗରା ଚଉପଟ ସରି ବିନ୍ଧ ଖୋଦେଇ ଚାଲୁଅଛି । *ଦେବଦଳନ ରଥର ତିନୋଟି ‘ଢମକ’ ରୁ ଏକଟିର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । *ତାଳଧ୍ଵଜ ରଥର ୧୬ ଟି କୋଣଗୁଜ ମଧ୍ୟରୁ ୧୩ ଟିରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଶେଷ ହୋଇ ଶେଷେ ୩ ଟି କୋଣଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରୀରହିଛି । *ଦେବଦଳନ ରଥର ୧୨ ଗୋଟି କୋଣଗୁଜ ମଧ୍ୟରୁ ୮ ଟି କୋଣଗୁଜ ରେ ରୂପ ଖୋଦେଇ ଶେଷ ହୋଇଛି, ଆଉ ୨ଟି କୋଣଗୁଜରେ ରୂପ ଖୋଦେଇ ସରି ରୂପରେ ଅଳଙ୍କାର ପଡୁଅଛି, ଏବଂ ବାକି ଦୁଇଟି ଗୁଜର ରୂପ ଖୋଦେଇ ଜାରୀ ରହିଛି ।

*ନନ୍ଦିଘୋଷ ରଥର ୧୬ଟି କୋଣ ଗୁଜ ରୁ ୧୦ ଟି ଗୁଜରେ ସିଂହ ବିରାଳ ରୂପ ଖୋଦେଇ ସମ୍ପୂର୍ଣ୍ଣ ହୋଇଛି,ଆଉ ଦୁଇଟି ଗୁଜରେ ଖୋଦିତ ରୂପରେ ଅଳଙ୍କାର ପଡୁଅଛି , ଵାକି ୪ ଟି ଗୁଜରେ ରୂପ ଖୋଦେଇ ଜାରୀରହିଛି *ତାଳଧ୍ଵଜ ରଥର ପୋଲ ଗୟଳ ଚିରଟ ଶେଷ ହୋଇ , ନନ୍ଦିଘୋଷ ରଥର ପୋଲଗୟଳ କାଠର ଉଭୟ ପାର୍ଶ୍ୱ ବାରିସୀରେ ସମତୁଲ ସରି ଅଛି ଚିରଟ କାର୍ଯ୍ୟ ଆସନ୍ତାକାଲି ଆରମ୍ଭ ହେବ । *ନନ୍ଦିଘୋଷ ରଥର ୧୫ନମ୍ବର ଚକ ପାଇଁ ପଇବିନ୍ଧ କାର୍ଯ୍ୟ ଚାଲୁଅଛି, ପଇ ବିନ୍ଧପରେ ଅରରେ ପଇ ସଂଯୋଗ ହୋଇ ପଇ କଳସା କାର୍ଯ୍ୟ ହେବ ।

କମାର ଶାଳ :- 

ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳରେ ଓଝା ସେବକ ମାନେ ତିନି ରଥ ର ଅଖ,ଦଣ୍ଡା,ଗରଗରା ଏବଂ ଗୟଳ ପାଇଁ ଯଥାକ୍ରମେ ୨୦ ଏମ ଏମ ର ଅଗପାତେଳି କଣ୍ଟା,୨୦ ଏମ. ଏମ ର ଚଉରସ କଣ୍ଟା, ୨୫ ଏମ.ଏମ ର ଗରଗରା କଣ୍ଟା ଏବଂ ଯୋଖା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।