ବାଙ୍କୀ ଉପଖଣ୍ଡରେ ୨୪୯ସ୍ୱାବ ସଂଗ୍ରହ ୨୮ଜଣ କରୋନା ପଜିଟିଭ୍ ଚିହ୍ନଟ ,ବାଙ୍କୀ ଉପଖଣ୍ଡ ରେ ୧୧୭ ଜଣଙ୍କୁ ଟିକାଦାନ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡର ବିଭିନ୍ନ ଚିକିତ୍ସାଳୟରେ ୨୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୭୩ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୦ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇଥିଲା ।

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭୫ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୨ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପଠା ଯାଇ ଥିଲା ।ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ର ଠାରେ ଆଜି ୩୮ଜଣଙ୍କ ଠାରୁ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରି ପରୀକ୍ଷା ହୋଇଥିଲା ଓ ସେଥି ମଧ୍ୟରୁ ୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଆଜି ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ଵଜିତ ପଣ୍ଡା ଙ୍କ ତତ୍ୱାବଧାନ ରେ ଗୋବିନ୍ଦପୁର ପଞ୍ଚାୟତ କୁସୁନ୍ଦl ଠାରେ ସ୍ୱାବ ସଂଗ୍ରହ ଶିବିର କରାଯାଇ ୩୧ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠା ଯାଇଥିଲା । ବାଙ୍କୀ ଉପଖଣ୍ଡ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୧୭ ଜଣଙ୍କୁ କରୋନା ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଆଜି ଟିକା କରଣ ହୋଇନାହିଁ । (ରିପୋର୍ଟ :ଗୌତମ ମିଶ୍ର)