ଅପରାଧି ସତ୍ୟବାନ ଠାରୁ ସାବିତ୍ରୀ କୁ ବଞ୍ଚାଇଲେ – ଚାନ୍ଦପୁର ପୋଲିସ

ସ୍ତ୍ରୀ କୁ ମାରିବା ପାଇଁ ଥାନା ପର୍ଯ୍ୟନ୍ତ ଗୋଡ଼ାଇଗଲେ ସ୍ୱାମୀ । ଥାନା ଅଧିକାରୀ ଙ୍କୁ କଲେ ଆକ୍ରମଣ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ଚାନ୍ଦପୁର ଅଭିମନ୍ୟୁ ରିପୋର୍ଟ :-  ରାତି ପାହିଲେ ସାବିତ୍ରୀ ବ୍ରତ ହେଲେ ଗୋଡ଼ାଇ ଗୋଡାଇ ପତ୍ନୀଙ୍କୁ ମରଣାତ୍ମକ ଆକ୍ରମଣ କଲେ ସ୍ୱାମୀ । ଜୀବନ ବଞ୍ଚାଇବାକୁ ଯାଇ ଥାନା ରେ ପହଞ୍ଚିଲେ ପତ୍ନୀ । ଅପରାଧୀ ସ୍ୱାମୀ ଙ୍କ ହାତରୁ ସାବିତ୍ରୀ କୁ ବଞ୍ଚାଇଲେ ଚାନ୍ଦପୁର ପୋଲିସ । ସୂଚନାନୁସାରେ ଟାଙ୍ଗୀ ଅଞ୍ଚଳ ର ମଙ୍ଗଳାଯୋଡି ଗ୍ରାମର ଦମ୍ପତି ଙ୍କର ୧୩ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା ଏବଂ ଦୁଇଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଯିବା ପରେ ମଧ୍ୟ ନୃଶସଂ ସ୍ୱାମୀ ର ଶିକାର ହୋଇଛନ୍ତି ପତ୍ନୀ ଏବଂ ପୁତ୍ର । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ପତ୍ନୀ କୁନି ମହାରଣା । କୁନି ମହାରଣା ଙ୍କ ସ୍ୱାମୀ ସୁଶାନ୍ତ ମହାରଣା ଆଜି ସ୍କୃଡ୍ରାଇଭର ଦ୍ୱାରା ପତ୍ନୀ ଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । 

ଜୀବନ ବଞ୍ଚାଇବାକୁ ଯାଇ ପୁତ୍ର କୁ ଧରି ପତ୍ନୀ ସେଠାରୁ ଧାଇଁ ଆସି ଚାନ୍ଦପୁର ଥାନାରେ ପହଞ୍ଚିଥିଲେ ଏବଂ ଅପରାଧି ସ୍ୱାମୀ ସ୍ତ୍ରୀ କୁ ମାରିବାକୁ ଯାଇ ଥାନା ରେ ପହଞ୍ଚି ସ୍କୃଡ୍ରାଇଭର ଦ୍ୱାରା ଆକ୍ରମଣ କରିଥିଲେ । ହେଲେ ଥାନା ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଙ୍କ ସହ କିଛି ସମୟ ହାତପାୟୀ ହେବା ପରେ ଉକ୍ତ ଅଭିଯୁକ୍ତ କୁ କାବୁ କରି ନେଇଥିଲା ପୋଲିସ । ପତ୍ନୀ ଙ୍କ ଅଭିଯୋଗ ଆଧାର ରେ ପୋଲିସ ଅଭିଯୁକ୍ତ ସୁଶାନ୍ତ ମହାରଣାକୁ ଗିରଫ କରିଛି ପୋଲିସ କେସ ନମ୍ବର ୮୧ ତଥା ୪୨୭,୩୪୧, ୩୨୩, ୩୫୩ , ୨୯୪ ,୫୦୬ , ୩୦୭ ଆଇପିସି ଧାରା ଅନୁସାରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଚାନ୍ଦପୁର ପୋଲିସ ଏବଂ ସତ୍ୟବାନ ଠାରୁ ସାବିତ୍ରୀ ଙ୍କୁ ବଞ୍ଚାଇ ଏକ ମସିହା ସାଜିଛି ଚାନ୍ଦପୁର ପୋଲିସ ।