No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ଆଜି ଡମପଡା ବ୍ଲକ ତାଳବସ୍ତ ପଞ୍ଚାୟତ ପଦନ ପୁର ଗ୍ରାମ ର ଅସନ୍ତୋଷ କଂଗ୍ରେସ କର୍ମୀ ସିଲୁ କରଣ ଓ ମନରଞ୍ଜନ ପ୍ରଧାନ ବିଜେଡି ରେ ଯୋଗ ଦାନ।ପଦନପୁର ଗ୍ରାମ ର ଶ୍ରୀ କରଣ ଓ ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିତ୍ୱ ଓ ଲୋକାମୁଖୀ କାର୍ଯ୍ୟ ପ୍ରତି ଆକୃଷ୍ଟ ହେବା ସହ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ଆଜି ବିଧାୟକ ଙ୍କ ଭୁବନେଶ୍ୱର ବାସଭବନରେ ବିଧାୟକ ଓ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ଙ୍କ ଉପସ୍ଥିତି ରେ କୋଭିଡ କଟକଣା କୁ ମାନି ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗଦେଇ ଥିଲେ ।

ବାଙ୍କୀ ର ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ସେମାନଙ୍କୁ ବିଜେଡି ଦଳିୟ ଉତରିୟ ଓ ପୁଷ୍ପ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ ।ଏହି ମିଶ୍ରଣ କାର୍ଯ୍ୟକ୍ରମ ରେ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର ଓ ସମାଜସେବୀ ରାଜ ମହାନ୍ତି ଯୋଗ ଦେଇ ଶ୍ରୀ କରଣ ଓ ପ୍ରଧାନ ଙ୍କ ବିଜେଡି ରେ ଯୋଗଦାନ ଦଳ ର ଉନ୍ନତି ର ଆଉ ଏକ ପାଦ ବୋଲି ପ୍ରକାଶ କରିଥିଲେ । (ରିପୋର୍ଟ : ଗୌତମ ମିଶ୍ର )
No Result
View All Result