• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ, ତିନିରଥ ନିର୍ମାଣ – ମଙ୍ଗଳବାର ର ଅଗ୍ରଗତି – ତିନିରଥର ୩୭ ଗୋଟି ଚକର ନିର୍ମାଣ ଶେଷ

Proprietor Abhimanyu Maharana by Proprietor Abhimanyu Maharana
June 9, 2021
in ଓଡ଼ିଶା, ଦେଶ, ପୁରୀ, ମହାନଗର, ହୋମ୍
0
ପୁରୀ, ତିନିରଥ ନିର୍ମାଣ – ମଙ୍ଗଳବାର ର ଅଗ୍ରଗତି – ତିନିରଥର ୩୭ ଗୋଟି ଚକର ନିର୍ମାଣ ଶେଷ
Share on FacebookShare on TwitterWhatsapp

ମଙ୍ଗଳବାର ରଥ ଖଳାରୁ  :-  

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର ) ପୁରୀ  :- ଗତକାଲି ସୁଧା ତିନିରଥର ୩୭ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା, ଆଜି ତାଳଧ୍ଵଜ ରଥର ଗୋଟିଏ ଚକ ନିର୍ମାଣ ଶେଷ ହୋଇ ତିନିରଥର ମୋଟ-୩୮ ଚକ ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ ତିନିରଥର ଚାରୋଟି ଲେଖାଁଏ ଚାରିନାହାକା ର ନିର୍ମାଣ କାର୍ଯ୍ୟ ଶେଷ ହୋଇ, ତିନି ରଥ ପାଇଁ ଦୁଇଟି ଲେଖାଁଏ ‘ଗରଗରା’ ଚଉପଟ କାମ ଚାଲୁଅଛି । ଏହାଛଡା ଗତ କାଲିଠାରୁ ଅନୁକୂଳ ପୂଜା ସରି ୯ ଗୋଟି ଦଣ୍ଡା ର ଚଉପଟ କାମ ଆରମ୍ଭ ହୋଇ ଆଜି ତିନୋଟି ଲେଖାଁଏ ଦଣ୍ଡାର ଚଉପଟ କାମ ଶେଷ ହୋଇଛି,ଏତତ୍ ବ୍ୟତୀତ ଦଣ୍ଡାରେ ସଂଯୋଗ ପାଇଁ ଦୁଇଟି ଲେଖାଁଏ ‘ମୁଁହାଟ’ ରେ ପାଂଚ ବିନ୍ଧ ଖୋଦେଇ କାମ ଶେଷ ହୋଇଅଛି । ଏହାଛଡା ଦୋଳବେଦୀ ଠାରେ ତାଳଧ୍ଵଜ ରଥର ‘ପୋଲ ଗୟଳ’ ଚିରଟ କାମ ଶେଷ ହୋଇ ଆଜି ନନ୍ଦିଘୋଷ ରଥର ‘ପୋଲ ଗୟଳ’ ଚିରଟ ପାଇଁ ଗୟଳ କାଠର ଉଭୟ ପାର୍ଶ୍ୱ ବାରିସୀରେ ସମତଳ କାମ ଚାଲୁଅଛି । ରୂପକାର ସେବକ ମାନେ ତିନି ରଥର ‘କୋଣ ଗୁଜ’ ରେ ସିଂହ- ବିରାଳ ରୂପ ଖୋଦେଇ କାମ ଜାରୀ ରଖି ଛନ୍ତି, ରୂପ ଖୋଦେଇ ପରେ ପଲିସ ସରି ଥିବା ମୂର୍ତି ଗୁଡିକରେ ଅଳଙ୍କାର ପକାଯାଉ ଅଛି ।

ରଥ ନିର୍ମାଣ ଅଗ୍ରଗତି :-

ମୋଟ ରଥ ନିର୍ମାଣକାରୀଙ୍କ ଉପସ୍ଥାନ ୧୯୪ ତିନିରଥର ମୋଟ ମହାରଣା ୭୭ ତିନି ରଥର ଭୋଇ ସେବକ ୭୩ ତିନିରଥର କରତି ସେବକ ୪ ପାହି ମହାରଣା ୧ ଓଝା ବା କମାର ସେବକ ୧୭ ତୁମ୍ବ ବିନ୍ଧ କାରୀଗର  ୨ ତିନିରଥର ରୂପକାର ସେବକ ୧୯ ରଥ ଖଳା ସହାୟକ ୧ ମୋଟ ୧୯୪

ତାଳଧ୍ଵଜ ଚାଳି :-

ଗତ କାଲି ସୁଧା ତାଳଧ୍ଵଜ ରଥର ୧୨ ଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା, ଆଜି ତାଳଧ୍ଵଜ ରଥର ୧୩ ନମ୍ବର ଚକର ନିର୍ମାଣ ଶେଷ ହୋଇ ଶେଷ ଚକ ୧୪ ନମ୍ବରଟିର କାମ ଆରମ୍ଭ ହୋଇଅଛି । ଏହାଛଡା ଗତ କାଲି ଠାରୁ ଦଣ୍ଡା ନିର୍ମାନପାଇଁ ଅନୁକୂଳ ପୂଜା ପରେ ଚଉପଟ କାମ ଆରମ୍ଭ ହୋଇ ଆଜି ତିନୋଟି ଦଣ୍ଡାର ଚଉପଟ କାମ ଶେଷ ହୋଇ ଛି । ଏଥିସହ ଦୁଇଟି ଲେଖାଁଏ ମୁଁହାଟ ର ବିନ୍ଧ ଖୋଦେଇ କାମ ଶେଷ ହୋଇଛି, ଦୁଇଟି ଗରଗରା ର ଚଉପଟ କାର୍ଯ୍ୟ ଚାଲୁ ରହିଛି। କାଲି ଠାରୁ ଶେଷ ହୋଇଥିବା ଚାରି ନାହାକାର ଚଉପଟ କାମ ଶେଷ ହୋଇଛି

ଦେବଦଳନ ଚାଳି :-

ଦେବଦଳନ ରଥର ୧୨ ଟି ଚକରୁ ୧୧ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା , ଶେଷ ୧୨ ନମ୍ବର ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି, କାଲିଠାରୁ ଦେବଦଳନ ରଥର ୯ ଗୋଟି ଦଣ୍ଡା ର ପୂଜା ଅନୁକୂଳ ହୋଇ ଚଉପଟ କାମ ଆରମ୍ଭ ହୋଇଥିଲା, ଆଜି ତିନୋଟି ଦଣ୍ଡାର ଚଉପଟ କାମ ଶେଷ ହୋଇଅଛି । ଦଣ୍ଡା ପାଇଁ ୧୦ ହାତ ୧୦ ଆଂଗୁଳି ମାପର ଦୁଇ ଗୋଟି ମୁହାଁଟ ର ପଞ୍ଚ ବିନ୍ଧ ଖୋଦେଇ କାର୍ଯ୍ୟ ଶେଷ ହୋଇଅଛି । ଏଥି ସହ ଦୁଇଗୋଟି ଗରଗରା ର ଚଉପଟ କାମ ଜାରୀରହିଛି । 

ନନ୍ଦିଘୋଷ ଚାଳି :-

ନନ୍ଦିଘୋଷ ରଥର ୧୬ ଟି ଚକରୁ ୧୪ ଗୋଟି ଚକର ନିର୍ମାଣ ଗତକାଲିଠାରୁ ଶେଷ ହୋଇଅଛି, ୧୫ ନମ୍ବର ଚକର ତୁମ୍ଵରେ ଅର ସଂଯୋଗ ହୋଇ ସିଙ୍ଗଡ଼ା କଣ୍ଟା ଵାଡ଼ିଆ କାମ ଶେଷ ହୋଇ ପଂଦାରୀ ଗାଡ଼ ଖୋଦେଇ ଚାଲୁଅଛି । ଗତ କାଲି ଠାରୁ ନନ୍ଦିଘୋଷ ରଥ ଚାରିନାହାକା କାମ ଶେଷ ହୋଇଥିଲା ଆଜି ସେହି ଚାରିନାହାକା ର ଦୁଇ ପାର୍ଶ୍ୱ ର ସାଲ କାମ ସମ୍ପୂର୍ଣ୍ଣ ହୋଇଅଛି । ଏହାଛଡା ଦୁଇଟି ଗରଗରା ର ଚଉପଟ କାମ ଜାରୀ ରହିଛି,କାଲିଠାରୁ ଅନୁକୂଳ ପୂଜା ହୋଇ ୯ଗୋଟି ଦଣ୍ଡାର ଚଉପଟ କାମ ଆରମ୍ଭ ହୋଇ ଆଜି ତିନି ଗୋଟି ଦଣ୍ଡାର ଚଉପଟ କାମ ସରିବା ସହ ଦଣ୍ଡାରେ ଖଞ୍ଜା ହେବାପାଇଁ ୨ଟି ମୁହାଁଟ ର ପଂଚବିନ୍ଧ ଖୋଦେଇ ଶେଷ ହୋଇଛି । ଆଜି ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପାଇଁ ଗୟଳ କାଠର ଦୁଇ ପାର୍ଶ୍ୱ ବାରିସୀ ରେ ସମତଳ କାର୍ଯ୍ୟ ଚାଲୁଅଛି ।

କମାର ଶାଳ :- 

ଦୋଳ ବେଦିସ୍ଥ ଅସ୍ଥାଇ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ଗରଗରା କଣ୍ଟା, ଦଣ୍ଡା ବିଡ଼ିଆ କଣ୍ଟା ନିର୍ମାଣ ସହ ପୋଡା ସରି ଥିବା ଅଗ ପାତେଲି କଣ୍ଟାର ମଠା କାମ ଆରମ୍ଭ ହୋଇଅଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

March 11, 2026
୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version