• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀର ତିନିରଥ ନିର୍ମାଣରେ ଅଗ୍ରଗତି

Proprietor Abhimanyu Maharana by Proprietor Abhimanyu Maharana
June 8, 2021
in ଓଡ଼ିଶା, ଦେଶ, ପୁରୀ, ହୋମ୍
0
ପୁରୀର ତିନିରଥ ନିର୍ମାଣରେ ଅଗ୍ରଗତି
Share on FacebookShare on TwitterWhatsapp

ପୁରୀ ରଥ ଖଳା 

ଓଡ଼ିଶା ତାଜା ନ୍ୟୁଜ୍ (୭ ଜୁନ୍ ,ସୋମବାର )ପୁରୀ :- ରବିବାର ରଥଖଳାରୁ : ରଥ ନିର୍ମାଣ ଅଗ୍ରଗତି : ମୋଟ ରଥ ନିର୍ମାଣକାରୀ ଙ୍କୁ ନିୟୋଜିତ କରାଯାଇଛି ସେଥିରୁ ତିନିରଥର ଭୋଇ ସେବକ ଭାବେ ୭୩ , ତିନିରଥର କରତି ସେବକ ୪ , ପାହି ମହାରଣା ୧ , ଓଝା ବା କମାର ସେବକ ୧୭, ତୁମ୍ବ ବିନ୍ଧ କାରୀଗର ୨ , ତିନିରଥର ରୂପକାର ସେବକ ୧୯ଜଣ, ରଥ ଖଳାର ସହାୟକ ଜଣେ ତିନିରଥର ମୋଟ ମହାରଣା ୧୯୪ ଜଣ ନିୟୋଜିତ ଥିବା ଜଣାପଡିଛି ।

ମୋଟ ରଥ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୪ ତିନିରଥର ମୋଟ ମହାରଣା ୭୭ ତିନିରଥର ଭୋଇ ସେବକ ୭୩ ତିନିରଥର କରତି ସେବକ ୪ ପାହି ମହାରଣା ୧ ଓଝା ବା କମାର ସେବକ ୧୭ ତୁମ୍ବ ବିନ୍ଧ କାରୀଗର ୨ ତିନିରଥର ରୂପକାର ସେବକ ୧୯ ରଥଖଳା ସହାୟକ ୧ ମୋଟ, ରଥ ଖଳାର ସହାୟକ ଜଣେ ତିନିରଥର ମୋଟ ମହାରଣା ୧୯୪ ଜଣ ନିୟୋଜିତ ଥିବା ଜଣାପଡିଛି ।

ଅଗ୍ରଗତି :-

ଗତକାଲି ସୁଦ୍ଧା ତିନି ରଥର ୩୩ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା, ଆଜି ତାଳଧ୍ଵଜ ରଥର ଗୋଟିଏ ଚକ, ଦେବଦଳନ ରଥର ଗୋଟିଏ ଚକ ଏବଂ ନନ୍ଦିଘୋଷ ରଥର ଦୁଇଟି ଚକ ର ନିର୍ମାଣସରି ମୋଟ ତିନିଗୋଟି ରଥର ୩୭ ଗୋଟି ଚକର ନିର୍ମାଣ ଶେଷ ହୋଇଅଛି । ଏହାଛଡା ଗତ କାଲି ଠାରୁ ନିର୍ମାଣ ଆରମ୍ଭ ହୋଇ ,ତିନିରଥର ଦୁଇଟି ଲେଖାଁଏ ଚାରି ନାହାକା ନିର୍ମାଣ ସରି ଥିଲା । ଆଜି ଆଉ ଦୁଇଟି ଲେଖାଁଏ ଚାରି ନାହାକା ନିର୍ମାଣ ସରିଅଛି, ଏହାଛଡା ଆଜି ତିନି ରଥର ଦୁଇଟି ଲେଖାଁଏ ‘ଗରଗରା’ ରୁ ଗୋଟିଏ ଲେଖାଁଏ ‘ଗରଗରା’ ଚଉପଟ କାମ ଆରମ୍ଭ ହୋଇଛି । ଏହା ଛଡା ଆଜି ଅପରାହ୍ନରେ ତିନିରଥର ‘ଦଣ୍ଡା’ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ଅନୁକୂଳ ପୂଜା ହୋଇ ୯ଟି ଲେଖାଁଏ ଦଣ୍ଡାର ଚଉପଟ କାମ ଆରମ୍ଭ ହୋଇଅଛି । ତିନି ରଥର ରୂପକାର ସେବକ ମାନେ ସାଲ ଗୁଜ ବା କୋଣ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି, ଖୋଦେଇ ସରିଥିବା କୋଣଗୁଜ ରୂପ ଗୁଡିକର ପଲିସ କାମ ଚାଲୁଅଛି ।

ତଳ ଧ୍ୱଜ ଚାଳି :-

ଗତକାଲି ସୁଦ୍ଧା ତାଳଧ୍ଵଜ ରଥ ର ୧୧ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଏକଟି ଚକ କାମ ସରି ମୋଟ ୧୨ ଗୋଟି ଚକର ନିର୍ମାଣ ଶେଷ ହୋଇଛି । ଗତ କାଲି ଦୁଇଟି ଚାରିନାହାକା ର ନିର୍ମାଣ ଆରମ୍ଭ ହୋଇ ଶେଷ ହୋଇଥିଲା, ଆଜି ଆଉ ଦୁଇଟି ଚାରିନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି , ଏହାଛଡା ଆଜି ଦୁଇଟି ‘ଗରଗରା’ରୁ ଗୋଟିଏ ଗରଗରା ର ଚଉପଟ କାମ ଆରମ୍ଭ ହୋଇଅଛ । ଏହି ଗରଗରା, ଅଖ ଉପରେ ଦଣ୍ଡା ପଡିସାରିବା ପରେ ଦୁଇଟି ଗରଗରା ପଡି , ସେହି ଗରଗରା ଉପରେ ଚାରି ନାହାକା ଉଠିବ ।

ଦେବଦଳନ ଚାଳି :-

ଦେବଦଳନ ରଥର ଗତକାଲି ୧୦ ଟି ଚକ ନିର୍ମାଣ ଶେଷ ହୋଇଥିଲା । ଆଜି ଆଉ ଗୋଟିଏ ଚକ ନିର୍ମାଣ ଶେଷ ହୋଇ ମୋଟ ୧୧ଗୋଟି ଚକର ନିର୍ମାଣ ଶେଷ ହୋଇଅଛି । ଏତତ୍ ବ୍ୟତୀତ ଗତ କାଲି ଠାରୁ ଦୁଇଟି ଚାରି ନାହାକା ନିର୍ମାଣ ଆରମ୍ଭ ହୋଇ ଶେଷ ହୋଇଥିଲା ,ଆଜି ଆଉ ଦୁଇଟି ଚାରି ନାହାକା ନିର୍ମାଣ ଶେଷ ହୋଇଅଛି, ଏହାଛଡା ଆଜି ଦେବ- ଦଳନ ରଥର ଦୁଇଟି ଗରଗରା ମଧରୁ ଗୋଟିକାର ଚଉପଟ କାମ ଆରମ୍ଭ ହୋଇଅଛି । ଆଜି ଅପରାହ୍ନରେ ଦଣ୍ଡା ଅନୁକୂଳ ପୂଜା ହୋଇ ୯ଟି ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି ।

ନନ୍ଦିଘୋଷ ଚାଳି:-

ନନ୍ଦିଘୋଷ ରଥର ଗତକାଲି ସୁଦ୍ଧା ୧୨ ଟି ଚକ ର ନିର୍ମାଣ ଶେଷ ହୋଇଥିଲା , ଆଜି ଆଉ ଦୁଇଟି ଚକ ନିର୍ମାଣ ସାରି ମୋଟ ୧୪ ଗୋଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଅଛି । ଆଜି ଅପରାହ୍ନରେ ନନ୍ଦିଘୋଷ ରଥର ଦଣ୍ଡା କାମ ଆରମ୍ଭ ପାଇଁ ଅନୁକୂଳ ପୂଜା ପୂର୍ବକ ୯ ଗୋଟି ଦଣ୍ଡାର ଚଉପଟ କାମ ଆରମ୍ଭ ହୋଇଛି । ଏହାଛଡା ଗତ କାଲି ଦୁଇଟି ଚାରିନାହାକା ର ନିର୍ମାଣ ଶେଷ ହୋଇଥିଲା , ଆଜି ଆଉଦୁଇଟି ଚାରିନାହାକା ନିର୍ମାଣ ଶେଷ ହୋଇ ଅଛି । ଏଥିସହ ଆବଶ୍ୟକ ଦୁଇଟି ଗରଗରା ମଧ୍ୟରୁ ଗୋଟିଏ ଗାରଗରା ର ଚଉପଟ କାମ ଆରମ୍ଭ ହୋଇଅଛି।

କମାର ଶାଳ :-

ଦୋଳବେଦୀ ସ୍ଥ ଅସ୍ଥାଇ କମାର ଶାଳରେ ତିନି ରଥର ଓଝା ସେବକ ମାନେ ଦଣ୍ଡା ବିଡ଼ିଆ କଣ୍ଟା, ଆଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖି ଛନ୍ତି,ଗତକାଲି ୩୦ଟି ଲେଖାଁଏ ଦଣ୍ଡା ବିଡ଼ିଆ କଣ୍ଟା ଏବଂ ଆଗ ପାତେଳି କଣ୍ଟା ନିର୍ମାଣ କରିଥିଲେ ଆଜି ସମ ପରିମାଣର ଉକ୍ତ କଣ୍ଟା ମାନ ନିର୍ମାଣ କରି ଛନ୍ତି 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜି ଏସ ଏସ ତରଫରୁ ଐତିହାସିକ ଦିପୋଟି ମେଳଣରେ ଜଳଛତ୍ର ବଣ୍ଟନ

ଜି ଏସ ଏସ ତରଫରୁ ଐତିହାସିକ ଦିପୋଟି ମେଳଣରେ ଜଳଛତ୍ର ବଣ୍ଟନ

March 11, 2026
୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

March 11, 2026
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜି ଏସ ଏସ ତରଫରୁ ଐତିହାସିକ ଦିପୋଟି ମେଳଣରେ ଜଳଛତ୍ର ବଣ୍ଟନ

ଜି ଏସ ଏସ ତରଫରୁ ଐତିହାସିକ ଦିପୋଟି ମେଳଣରେ ଜଳଛତ୍ର ବଣ୍ଟନ

March 11, 2026
୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version