No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ଼ ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତର ଲାଙ୍ଗାସାହିକୁ ଯିବାକୁ ଥିବା ଏକମାତ୍ର ରାସ୍ତାକୁ ଖୋଳି ବନ୍ଦ କରି ଦେବା ସହ ପଡୋଶୀ ଗ୍ରାମର ଆକ୍ରୋଶର ଶିକାର ହେଉଛନ୍ତି ଲୋକେ। ଗ୍ରାମର ଏକମାତ୍ର ଯାତାୟାତ ରାସ୍ତାକୁ ଖୋଳି ଗମନାଗମନରେ ବାଧା ସୃଷ୍ଟି କରିଥିବା ବେଳେ, ବିନା କାରଣରେ ଗଣ୍ଡଗୋଳ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି ପଡୋଶୀ ଗ୍ରାମବାସୀ। ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଛନ୍ତି ରାୟଗଡ଼ ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ଲାଙ୍ଗାସାହି ଗ୍ରାମବାସୀ । ପଡୋଶୀ କିନ୍ନୋଡା ଗ୍ରାମର ଲୋକ ଲାଙ୍ଗାସାହିକୁ ଯିବାଆସିବା ରାସ୍ତା ଖୋଳି ଦେବା ସହ ବିଭିନ୍ନ ସମୟରେ ଅକାରଣରେ ଗଣ୍ଡଗୋଳ ସୃଷ୍ଟି କରିବା ପାଇଁ ଚେଷ୍ଟା କରି ତାଡନା ଦେଉଥିବା ଅଭିଯୋଗ କରିଛନ୍ତି ।

ଲାଙ୍ଗାସାହି ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ସେମାନେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଓ କମ ସଂଖ୍ୟକ ହୋଇଥିବାରୁ, ଜାଣିଶୁଣି ତାଡନା ଦେବାପାଇଁ କିନ୍ନୋଡା ଗ୍ରାମବାସୀ ଏପରି କରୁଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ରାସ୍ତାରେ ବାଡ଼ ଦେଇ ଅବରୋଧ କରି ଗଣ୍ଡଗୋଳ କରିଥିଲେ। ସେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲେ। ବର୍ତ୍ତମାନ ପୁଣି ରାସ୍ତା ଖୋଳି ଅବରୋଧ କରିଛନ୍ତି। ତେବେ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ତେବେ, ଘଟଣାର ତଦନ୍ତ କରି ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା । (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result