ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍ ରବିବାର ) କଳାହାଣ୍ଡି :-ସର୍ବଭାରତୀୟ ଟ୍ରେଡ଼ ଷ୍ଟେଟ(ଏଆଇଟିଟି)ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଇଆଇଟିର(ଏମଏମଭି) ପୂଜା ମାହାର ସର୍ବଭାରତୀୟ ସ୍ତର ମହିଳା ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଏହି ଖବରଟି କଳାହାଣ୍ଡିବାସୀଙ୍କ ପାଇଁ ଯେତିକି ଉତ୍ସାହପ୍ରଦ ,ପୂଜାଙ୍କ ପାଇଁ ସେତିକି ପ୍ରେରଣାଦାୟକ । ପୂଜାଙ୍କ ଅତୀତର ସଂର୍ଘଷ କାହାଣୀ ଯଦି ଆପଣମାନେ ପଢିବେ ବା ଜାଣିବେ,ଆପଣ ବି କହିବେ,ସତରେ ପଙ୍କରୁ ପଦ୍ମ ହେଉଛନ୍ତି ପୂଜା ଏବଂ ପୂଜାଙ୍କ ସଂର୍ଘଷ ଆଉ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ । ତେବେ କଳାହାଣ୍ଡି ଜିଲ୍ଲା ମ.ରାମପୁର କୁସୁମ ନଗରରେ ରହୁଥିବା ପୂଜା ମାହାରଙ୍କ ସଫଳତା ପରେ ତାଙ୍କ ବିଷୟରେ ଆସ କିଛି ଜାଣିବା। ପୂଜାଙ୍କ ବାପା-ମାଁ ମ.ରାମପୁରରେ ରହୁଥିଲେ । ପୂଜା ଏବଂ ତାଙ୍କ ସାନଭାଇଙ୍କୁ ନେଇ । ପୂଜା ଅକ୍ଟୋବର ୨୪ ୨୦୦୦ ମସିହାରେ ସ୍ୱର୍ଗତ ପୀତାମ୍ବର
ମାହାର ଏବଂ ମାତା ସୀତା ମାହାରଙ୍କ କୋଳ ମଣ୍ଡନ କରିଥିଲେ । ତେବେ ବିଧିର ବିଧାନ ଥିଲା ଅଲଗା । ପୂଜା ଯେତେବେଳେ ଚତୁର୍ଥରେ ପଢୁଥିଲେ ସେତିକିବେଳେ ତାଙ୍କ ବାପାଙ୍କର ପରଲୋକ ହୋଇଗଲା । ସଂପୂର୍ଣ୍ଣ ଭାବରେ ଭାଙ୍ଗିପଡ଼ିଥିଲେ ପୂଜାଙ୍କ ମାଁ । କାରଣ ଏଠାରେ ତାଙ୍କର କେହି ନାହାନ୍ତି । ପୂଜାଙ୍କ ବାପା-ମାଁ ପ୍ରେମ ବିବାହ କରି ଏଇଠାରେ ଆସି ନୂତନ ସଂସାର ଆରମ୍ଭ କରିଥିଲେ ଯଦିଓ ପୂଜାଙ୍କ ବାପାଙ୍କ ଘର ସୋନପୁର ଅଂଚଳରେ । ଅସହାୟ ହୋଇପଡ଼ିଥିଲେ ପୂଜାଙ୍କ ମାଁ ଏଭଳି କାଳବେଳାରେ । ଏମିତି ବି ହେଲା ପୂଜାଙ୍କ ପାଠପଢାରେ ଏକବର୍ଷ ପାଇଁ ଡ଼ୋରୀ ବନ୍ଧା ହେଲା । ମାଁ ପରଘରେ ମୁଲ ଲାଗି ପୂଜା ଓ ତାଙ୍କ ସାନଭାଇଙ୍କୁ ପ୍ରତିପୋଷଣ କରୁଥିଲେ । ତେବେ ପୂଜାଙ୍କ ପାଠ ପଢିବାର ଇଚ୍ଛା କାରଣରୁ ସେ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସହିତ ଯୋଗାଯୋଗ କରି ପୂଜାଙ୍କ ନାମ ଷଷ୍ଠଶ୍ରେଣୀରେ ଲେଖାଇଦେଲେ । କସ୍ତୁରବାରେ ପଢିଲା ବେଳେ ସେ ପାଠ ସହିତ ଖେଳକୁଦ,ନାଚ ଆଦିରେ ଆଗଧାଡ଼ିରେ
ରହୁଥିଲେ । ଜିଲ୍ଲାସ୍ତରୀୟ କ୍ରୀଡ଼ରେ ସଫଳତା ପାଉଥି୍ଲେ ଏବଂ ରାଜ୍ୟ ସ୍ତରରେ ବି । ଏହି ପ୍ରତିଭା ତାଙ୍କୁ ପରବର୍ତ୍ତୀ ସମୟରେ ଖୁବ ସହାୟକ ହୋଇଥିଲା । ତେବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀଯାଏଁ କସ୍ତୁରବା ଗାନ୍ଧୀରେ ପାଠ ପଢିଥିଲେ । ପରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ସଂସ୍ପର୍ଶରେ ଆସିଥିଲେ ଏବଂ ସେତିକିବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଭବିଷ୍ୟତରେ ଯଦି କିଛି ସହଯୋଗ ଲୋଡ଼ା ହୁଏ,କହିବାକୁ ପରାମର୍ଶ ଦେଇଥିଲେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ତତକାଳୀନ ଅଧ୍ୟକ୍ଷ ଡ଼କ୍ଟର ଅଜୟ କୁମାର ମିଶ୍ର ଏବଂ ସଭ୍ୟ ତଥା ସେବାଜଗତର ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ । ଅଷ୍ଟମ ପରେ ପାଠପଢାରେ ଆଗ୍ରହୀ ଥିବା ପୂଜା ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ତରଫରୁ ପ୍ରଥମେ ସତ୍ୟ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇ ତାଙ୍କୁ ନେହେରୁ ସେବା ସଂଘରେ ରଖି ପାଠପଢିବାର ବ୍ୟବସ୍ଥା କରାଯାଇଥିଲା । ସେଠାରେ ମଧ୍ୟ ସେ ଭଲ ପାଠ ପଢିବା ସହିତ ହୌସଲା କାର୍ଯ୍ୟକ୍ରମରେ ଜିଲ୍ଲାରେ ପ୍ରଥମ ହେବା ସହିତ ରାଜ୍ୟରେ ମଧ୍ୟ ପ୍ରଥମ ହୋଇଥିଲେ । ୨୦୧୮ ମସିହା ବେଳକୁ ହୌସଲା କାର୍ଯ୍ୟକ୍ରମରେ ଭାଗନେଇ ଓଡ଼ିଶା ପାଇଁ ଗର୍ବ