No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍ ରବିବାର ) ଯାଜପୁର :- ଯାଜପୁର ଜିଲ୍ଲା ବେରୁଦା ପଞ୍ଚାୟତ ଜହଳ ଗ୍ରାମର ଚାଷୀ ପରିବାରର ଗୃହିଣୀ ମୋନାଲିସା ଭଦ୍ରା ଦୃଢ଼ ଆତ୍ମବିଶ୍ୱାସର ସହ ସମାଜରେ ସଶକ୍ତ ନାରୀର ଉଦାହରଣ ସୃଷ୍ଟି କରିଥିବାରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଭେଟି ସାଧୁବାଦ ଜଣାଇଲା ଲେଟ୍ସ୍ ସ୍ମାଇଲ୍ ସାମାଜିକ ସଙ୍ଗଠନ ।

ପଶୁପକ୍ଷୀଙ୍କ ପ୍ରତି ସେବା ମନୋଭାବ ସହ ତାଙ୍କର ଏଭଳି ସକରାତ୍ମକ ଚିନ୍ତାଧାରାର ବାର୍ତ୍ତା ନିଶ୍ଚିତ ଭାବେ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରତିଷ୍ଠାତା ଦିଲ୍ଲିପ ଧିର ସାମନ୍ତ କହିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଲେଟ୍ସ୍ ସ୍ମାଇଲର ମୁନା ମହାପାତ୍ର , ଶିବ ସାହୁ ,ସୁରଜ ବେରା, ବିଷ୍ଣୁ ବାରିକ ,
ସୋମୈ ରଞ୍ଜନ ସାହୁ , ମଞ୍ଜିତ୍ ମହାନ୍ତି, ଅଶୋକ କୁମାର ଦାସ, ପ୍ରିୟବ୍ରତ ଦଳାଇ , ଶିବ ସୁନ୍ଦର ଦାସ , ଚନ୍ଦନ ସାହୁ , ବଣ୍ଟକୃଷ୍ଣ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଲେଟ୍ସ୍ ସ୍ମାଇଲର ସହ ମିଶି ମଧ୍ୟ ମୋନାଲିସା ଭଦ୍ର ସବୁଦିନ ଭଳି ମାଙ୍କଡ ମାନଙ୍କୁ ଖାଇବାକୁ ଦେବା ସହ ବୁଲେଟ୍ ଏବଂ କାର୍ ଚଳାଇଥିଲେ ।
No Result
View All Result