କୋରୋନା ମୃତଦେହ ପୋଡିବା ନେଇ ତୁମୁଳକାଣ୍ଡ ଘଟଣା, ୯ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଜାମିନ ମିଳିଛି

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ରାଇରଙ୍ଗପୁର :- ରାଇରଙ୍ଗପୁର ଜାହିରା ଶାଳ ନିକଟରେ କୋରୋନା ମୃତଦେହ ପୋଡିବା ନେଇ ତୁମୁଳକାଣ୍ଡ ଘଟଣା । ପ୍ରଶାସନ ତଣ୍ଡ ଗଣିବା ପରେ ହୋଇଥିଲେ ୯ ଗିରଫ । ଆଜି ଜାମିନରେ ୮ ଜଣ ମୁକୁଳିଛନ୍ତି । ଗତମାସ 11 ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସୁନାରିପୋଷି ଗ୍ରାମରେ କୋଭିଡରେ ମୃତ ବୃଦ୍ଧାଙ୍କ ମୃତଦେହ ସତ୍କାରକୁ ନେଇ ଘଟିଥିଲା ତୁମୁଳକାଣ୍ଡ । ଗ୍ରାମର ଜାହିରା ପାଖରେ ମୃତଦେହ ଦାହ କରିବାକୁ ବାରଣ କରିଥିଲେ ସୁନାରିପୋଷି ଗ୍ରାମବାସୀ । ପ୍ରଶାସନ ମଧ୍ୟ ସେଠାରେ ମୃତଦେହ ଦାହ ନ କରିବାକୁ ରାଜି ହୋଇଥିଲେ। କିନ୍ତୁ ଉତ୍ୟକ୍ତ ଲୋକେ ପ୍ରଶାସନିକ ଅଧିକାରୀ, ଡାକ୍ତର ଏବଂ ପୋଲିସକୁ ସେଠାରେ ଆକ୍ରମଣ କରିଥିଲେ।

ଜାହିରା ଶାଳ ନିକଟରେ ମୃତଦେହ ସତ୍କାର କରୁଥିବାରୁ ଗ୍ରାମବାସୀଙ୍କୁ ତଣ୍ଡ ଦେବା ସହିତ ସେଠାରୁ ଅଧାପୋଡା ମୃତେଦହକୁ ଆଣି ଅନ୍ୟ ଏକ ସ୍ଥାନରେ ମୃତେଦହ ସତ୍କାର କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ଠାକୁରମୁଣ୍ଡା ପୋଲିସ ନିଜ ପକ୍ଷରୁ ଏକ ମାମଲା ରୁଜୁ କରି ୯ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେଥିରୁ ସଂପୃକ୍ତ ଆଠ ଜଣ ମଧ୍ୟରେ 6 ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ଥିବା ସହ ଜଣେ ନାବାଳକ ଥିଲେ । ଆଜି ଅପରାହ୍ନରେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଜାମିନ ମିଳିଛି ।

ରାଇରଙ୍ଗପୁର କୋରୋନା ମୃତଦେହ ପୋଡିବା ଘଟଣାସଂପୃକ୍ତ ଆଠ ଜଣ କରଞ୍ଜିଆ ଉପକାରାଗାରରୁ ବାହାରିଲା ପରେ ସୁନାରିପୋଷି ଗାଁରୁ ଆସିଥିବା ମହିଳା ମାନେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ଜେଲ ପରିସରୁ ପାଛୋଟି ନେଇ ଥିବାର ଦେଖିବାକୁ ମିଳିଛି । ସେ ଦିନ ଘଟି ଯାଇଥିବା ଅପ୍ରୀତିକର ଘଟଣାରେ ସଂପୃକ୍ତ ୮ ଜଣ ଜଡିତ ନ ଥିଲେ ସେଥିପାଇଁ ତାଙ୍କୁ ସସମ୍ମାନେ ପାଛୋଟି ନେଲେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । (ଦୀପ୍ତିମାନ ପତି, ମୟୂରଭଞ୍ଜ )