No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍ ରବିବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାର ଖ୍ୟାତନାମା ଛାତ୍ର ବତ୍ସଳ ଶିକ୍ଷକ ଦାମ ସାର | ଚାକିରୀ ଜୀବନରେ ବହୁ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନିୟନ୍ତା ସାଜିଥିଲେ | ଅବସର ପରେ ୭0 ବର୍ଷ ପାଖା ପାଖି ପହଂଚି ଥିଲେ ମଧ୍ୟ ବୟସ ସମାଜସେବା ପାଇଁ ତାଙ୍କ ନିମନ୍ତେ ବାଧକ ସାଜି ନାହିଁ | ରାତି ପାହିଲେ କାହାକୁ ନଅନାଇ ଗରିବ ଗୁରୁବାଙ୍କ ସେବାରେ ଲାଗି ପଡନ୍ତି | ନିରାଶ୍ରୟ, ନିରୀହ, ଦୁଖୀ, ରଙ୍କିଙ୍କ ପାଇଁ ସତେ ଯେମିତି ଦେବଦୂତ | ଘରପୋଡି ଠାରୁ ଆରମ୍ଭ କରି, ସ୍ବେଷଛାକୃତ ରକ୍ତଦାନ ଶିବିର, ବୃକ୍ଷ ରୋପଣ, କୌଣସି ଶବ ଅବହେଳିତ ହୋଇ ପଡିରହିଲେ ତାକୁ ଅନ୍ତିମ ସଂସ୍କାର କରିବାଠୁ, ଗରିବ ମୋଧାବି ଛାତ୍ରକୁ ପଢିବାପାଇଁ କିଛି ଆର୍ଥିକ ସହାୟତା ଯୋଗାଇବା, ଖରା ଦିନେ ପାନୀୟ ଜଳ ବଣ୍ଟନ, ବର୍ଷା ଦିନେ ଛତା, ଶୀତ ଦିନେ କମ୍ବଳ ଯୋଗାଇବା ଆଦି କାର୍ଯ୍ୟ ଦାମ ସାରଙ୍କ ପାଇଁ ଏକ ମନଗଢା କାହାଣୀ ନୁହେଁ ଯିଏ ନୟାଗଡ଼ ଜିଲ୍ଲା ଯାଇଛି ସିଏ ନିଶ୍ଚୟ ଦେଖିବ |
ଦାମୋଦର ସାହୁ (ଦାମ ସାର )

କେବଳ ସେତିକି ନୁହେଁ ବୁଲା ଗାଈ ଗୋରୁ, କୁକୁରଙ୍କ ସେବା ପାଇଁ ମଧ୍ୟ ଜଣେ ସମର୍ପିତ ବ୍ୟକ୍ତିତ୍ୱ ଭାବରେ ଜିଲ୍ଲାରେ ବେଶ ଚର୍ଚିତ ଦାମ ସାର | ଏଥିପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହୁଏ କାହା ହାତକୁ ଚାହାଁନ୍ତି ନାହିଁ କେବଳ ନିଜର ପେନସନରୁ ହିଁ ଭରଣା କରନ୍ତି ଦାମ ସାର | ଏପରିକି ଗୁରୁତର ରୋଗରେ ପୀଡିତଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଦେବାରେ କେବେ କୁଣ୍ଠାବୋଧ ପ୍ରକାଶ କରନ୍ତି ନାହିଁ | ଏହି କାର୍ଯ୍ୟକ୍ରମ ଚାଲେ ସକାଳ ୬ ଘଣ୍ଟାରୁ କିଛି ଭାଗବତ ପାଠ କରିବାରୁ ଆରମ୍ଭ ହୋଇ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ | ସମାଜ ସଂସ୍କାରକ ଭାବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାଜର ହିତ ପାଇଁ ଶିକ୍ଷଣୀୟ ହିତୋପଦେଶ ସେୟାର କରନ୍ତି ସମସ୍ତଙ୍କର ଅତିପ୍ରିୟ ଦାମସାର | ସ୍ନେହ, ସଦିଛା, ଶ୍ରଦ୍ଧା, ପରୋପକାର ପାଇଁ ସମୟ କଣ ଦରକାର ସେଥିପାଇଁ ସମୟ ବାହାର କରିବାକୁ ପଡିବ ବୋଲି କୁହନ୍ତି ଦାମସାର | ସମାଜସେବା ବେଳେ ତମ ଲୋକ, ଆମଲୋକ ନୀତିକୁ ପସନ୍ଦ କରନ୍ତି ନାହିଁ ଦାମ ସାର |

ପରୋପକାର ସାମଗ୍ରିକ ନୀତି ଉପରେ ପର୍ଯ୍ୟବେଷିତ, ଆଉ ସେହି ନୀତିରେ ମୁଁ ସର୍ବଦା ଧବମାନ ବୋଲି ଅତି ଦୃଢତାର ସହ କୁହନ୍ତି ସାର | ଆକ୍ରୋଶ, କ୍ରୋଧ ସମାଜ ସେବାର ଚାବିକାଠି ନୁହେଁ, ବରଂ ଭଲ ପାଇବା ଆଉ ଅନ୍ୟପ୍ରତି ସହିଷ୍ଣୁତା ଭାବ ହିଁ ପ୍ରକୃତ ସମାଜସେବା ବୋଲି ଆମ ପ୍ରତିନିଧି ତାଙ୍କୁ ଭେଟିଥିବା ବେଳେ ସେ ପ୍ରକାଶ କରିଛନ୍ତି | ଯାହା ଆଜି ବାସ୍ତବ କ୍ଷେତ୍ରରେ କିଛି ନକରି ନିଜର ବ୍ୟକ୍ତିଗତ ପାଣ୍ଠିବୃଦ୍ଧି କରି ସମାଜରେ ମିଛ ପ୍ରହେଳିକା ସୃଷ୍ଟି କରି ଖାଲି ନିଜର ପ୍ରଚାର ପ୍ରସାରକରି ନିଜର ଆତ୍ମବଡ଼ିମା ଦେଖେଇ ହୋଇ ଏକ ସୁଖ ଦାୟକ ଜୀବନ ବିତେଉଥିବା କିଛି ତଥାକଥିତ ସମାଜସେବୀଙ୍କ ପାଇଁ ଦାମ ସାର ନିଶ୍ଚୟ ଜଣେ ଉଦାହରଣ ପାଲଟିଛନ୍ତି | ତାଙ୍କୁ ଦେଖିଲେ ଲାଗେ ସମାଜସେବା ପାଇଁ କୁଟ କପଟତା ନୁହେଁ ବରଂ ମହାନତା ହେଉଛି ଏକ ବିରାଟ ଉପାଦାନ |

ଅହଂକାର ଶୂନ୍ୟ ଦରଦୀ ମଣିଷ ତଥା ଅତ୍ୟନ୍ତ ସରଳ ଜୀବନ ଯାପନ ବିତେଉଥିବା ଦାମ ସାରଙ୍କୁ ବିଶ୍ୱ ପର୍ଯ୍ୟଟନ ଦିବସରେ ଇଟାମାଟି ଠାରେ ପାଳନ ଅବସରରେ ବିଜୁ ମହତାବ ସ୍ବେତ୍ସାସେବୀ ଅନୁଷ୍ଠାନ,ସାଇସିଦ୍ଧି ସଙ୍ଗଣ୍ଠନ,ନିକୁଲ ଟ୍ରଷ୍ଟ ତରଫରୁ ଇଟାମାଟି ସରପଞ୍ଚ ସୋନାଲିକା ମନ୍ଥନ, ବିଡ଼ିଓ ମନୋଜ ପାତ୍ର “ପ୍ରକୃତିମିତ୍ର”ଭାବେ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି |ସମାଜସେବା କଣ, ଏହାର ସଂଜ୍ଞା କଣ, ସମାଜସେବା କିପରି କରାଯାଏ ତାହା ଦାମ ସାରଙ୍କ ଠାରୁ ଶିଖି ଯୁବ ସମାଜ ଆଗେଇଲେ ସମାଜର ଅଶେଷ ଉନ୍ନତି ସାଧିତ ହେବ ବୋଲି ଆଶା; ଏହି ପରିପ୍ରେକ୍ଷୀରେ ଓଡିଶା ତାଜା ନ୍ୟୁଜ ପରିବାର ପକ୍ଷରୁ ମହନୀୟ ବ୍ୟକ୍ତିତ୍ୱ ଦାମ ସାରଙ୍କ ଉତ୍ତୋରୋତ୍ତର ମଙ୍ଗଳ କାମନା ମହାପ୍ରଭୁଙ୍କ ନିକଟରେ ରଖୁଛୁ | (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result