No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ପାରଳାଖେମୁଣ୍ଡି :- ମୋହନା ବ୍ଳକରେ ଦୀର୍ଘ ବର୍ଷ ହେଲା ଅନାୟସରେ ଚାଲିଛି ଗୋଚାଲାଣ । ଗୋଚାଲାଣକାରୀ ମାଫିଆମାନେ ଏଠାରେ ସକ୍ରିୟ ଥିବାବେଳେ ପ୍ରସାଶନ ସବୁ ଦେଖି ନିରବଦ୍ରଷ୍ଟା । ଦିନ ଦ୍ଵିପହରେ ଚାରିଚକିଆ, ଛଅଚକିଆ ଗାତିରେ ବେପାରୀମାନେ ଅତି ନିର୍ଦ୍ଦୟ ଭାବେ ଗାଇ, ଗୋରୁମାନଙ୍କୁ ଲଦି ମୋହନା ବ୍ଳକର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଏଥିରେ ପ୍ରଶାସନର କୌଣସି ପ୍ରତିବନ୍ଧକ ନାହିଁ । ଶୁକ୍ରବାର ରାତି ୯ ଟା ସମୟରେ ଏକ ଆଇଚର ଟ୍ରକ ନଂ( ଏପି ୩୯ ପି ଏନ୍ ୮୬୯୯ ) ରେ ୧୮ ଟି ଗୋରୁକୁ ଅତି ନିର୍ମମ ଭାବେ ଅତ୍ୟାଚାର କରି ମୋହନା ଅଞ୍ଚଳରୁ ନେଇ ସୁଦୂର ଆନ୍ଧ୍ର ରାଜ୍ୟର ଶୀକାକୁଲମ ଅଞ୍ଚଳକୁ ନେଉଥିଲେ। ଖବର ପାଇ ମୋହନା ଏମକେସିଜି ଯୁବକ ସଂଘର କର୍ମକର୍ତାମାନେ ଦୃତ ବେଗରେ ଆସୁଥିବା ଟ୍ରକଟିକୁ ବଜାରରୁ ବାଇକରେ ତତିଯାଇ କଲେଜ ଛକରେ କାବୁ କରିଥିଲେ।

ତାପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ଥାନା ଏସ୍ଆଇ କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଟିମ ପହଞ୍ଚି ଟ୍ରକକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଗୋରୁ ଚାଲଣକାରୀ ମାଫିଆ ଖୋର୍ଦ୍ଧା ଜିଲ୍ଲା କାଇପଦର ଗ୍ରାମର ମୁସାରଫ ଖାନ(୩୮) , ଡ୍ରାଇଭର ନୱ।ଜ ରାଫିକ(୪୦), ହେଲପର ଆସିକ ଖାନା(୪୨) କୁ ଥାନାକୁ ଆଣିଥିଲେ। ଥାନାରେ ସ୍ଥାନର ଅଭାବ ଥିବା ଯୋଗୁଁ ନିକଟସ୍ଥ ମିନି ଷ୍ଟାଡ଼ିୟମକୁ ୧୮ଟି ଗୋରୁକୁ ନେଇ ଛାଡିଥିଲେ। ଗୋରୁଗୁଡିକ ଭୋଜିଲା ଥିଲେ । ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ ଯୁବକ ସଂଘର କର୍ମକର୍ତାମାନେ । ଶନିବାର ଅପରାହ୍ନରେ ପୁଲିସ,ଯୁବକ ସଂଘର କର୍ମକର୍ତା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଅଞ୍ଚଳର ୪ଜଣ ଚାଷୀଙ୍କୁ ୧୮ଟି ଗୋରୁ ମାଗଣାରେ ଦିଆଯାଇଥିବା ଜଣାପଡିଛି । ଅଭିଯୁକ୍ତମାନଙ୍କୁ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୪୧( ଏ) ଅନୁଯାୟୀ ନୋଟିସ ଦେଇ ଛଡାଯାଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।ଏହାର ତଦନ୍ତ ଏସଆଇ ଶ୍ରୀ ମଲ୍ଲିକ କରୁଛନ୍ତି । ( ରିପୋର୍ଟ- ଗରୁଡ଼ଧ୍ଵଜ ଚୌଧୁରୀ )
No Result
View All Result