No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୫ ଜୁନ ଶନିବାର) କଳାହାଣ୍ଡି :- ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ସ୍ଵତନ୍ତ୍ର କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ଲାଞ୍ଜିଗଡ଼ ବ୍ଲକର ଲାଞ୍ଜି ଗ୍ରାମପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଗୁଡ଼ିକର ଲୋକମାନେ ଆଗ୍ରହ ସହକାରେ କୋଭିଡ ଟୀକା ଗ୍ରହଣ କରିଥିଲେ। ଯାହା ଫଳରେ ଏହି ଗ୍ରାମ ପଞ୍ଚାୟତରେ ରେକର୍ଡ ସଂଖ୍ୟକ ୧୬୨ଜଣ ଟୀକା ନେଇ ଥିବା ଜଣାପଡିଛି। ସେହିପରି ବେନଗାଁ ଗ୍ରାମପଞ୍ଚାୟତରେ ମଧ୍ୟ ୯୨ ଜଣ କୋଭିଡ ଟୀକା ନେଇଛନ୍ତି ।
ଲାଞ୍ଜିଗଡ଼ ମେଡିକାଲ ଅଫିସର ଡ଼ା ଭବାନୀ ଶଙ୍କର ଲେଙ୍କା, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ବରେ ପରିଚାଳିତ ଟୀକା କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ, ସାମ୍ବାଦିକ କ୍ଷମାନିଧି ମହାଖୁଡ଼, କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଲମ୍ବୋଦର ପ୍ରଧାନ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦାପ୍ତା,ଜନ ସାହାଯ୍ୟ,ସେବା ଜଗତ ପ୍ରମୁଖର କର୍ମକର୍ତ୍ତା ଏହି ଟୀକା କରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ଦେଇଥିଲେ।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result