No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ଓଡ଼ଗାଁ :- ଗତ ବିଳମ୍ବିତ ରାତିରେ ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ବେଙ୍ଗେଇସାହିର ଶିକ୍ଷକ ଜଗନ୍ନାଥ ମିଶ୍ର (କୁଲୁ)୫୦ବର୍ଷଙ୍କ ବାଡ଼ିପଟ କବାଟ ଭାଙ୍ଗି ଗଡ୍ରେଜରୁ ନଗଦ ୬ହଜାର ଟଙ୍କା ଓ ସୁନାଜିନିଷ ଭାବି କିଛି ଇମିଟେସନ ଚୁଡି ସହିତ ଆସବାପତ୍ର ଚୋରି କରିନେଇଥିବା ବେଳେ ବ୍ୟାଙ୍କଖାତା, ଆବଶ୍ୟକୀୟ କାଗଜପତ୍ର ଓ ATM କାର୍ଡ ଥିବା ବ୍ୟାଗଟିକୁ ବାଡ଼ିପଟେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।
ସେହିଭଳି ଶିକ୍ଷକଙ୍କ ଘରଠାରୁ ମାତ୍ର ୧୦୦ମିଟର ଦୁରତାରେ ଥିବା ନିଶାମଣି ପ୍ରାଧାନ(୪୫)ଙ୍କ ବାଡିକବାଟ ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ନିଶାମଣି ଉଠିପଡିବାରୁ ଦୁର୍ବୃତ୍ତ ମାନେ ଚାଲିଯାଇଥିବା ସୂଚନା ମିଳିଛି । ଓଡ଼ଗାଁ ପୋଲିସ ସୂଚନା ପାଇ ତଦାରଖ ଚଳାଇଛନ୍ତି । ଚୋରି ମ୍ପର୍କରେ ଶିକ୍ଷକଙ୍କ ଘରୁ କୌଣସି ଅଭିଯୋଗ ଆସିନାହିଁ, ଶ୍ରୀମିଶ୍ର ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିବା ସୂଚନା ମିଳିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result