No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ପାଟଣାଗଡ଼ :- ରାଜସ୍ୱ ସଂଗ୍ରହ ମୋହରେ ରାଜ୍ୟ ସରକାର ଗାଁ ଗାଁ ରେ ମଦ ଭାଟି, ମଦ କୋଠି ,ବିଦେଶୀ ମଦ ଦୋକାନ ଖୋଲି ଜନସାଧାରଣ ଙ୍କୁ ଶୋଷଣ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ହଜାର ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଜନସାଧାରଣ ଙ୍କ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ଆଖି ବନ୍ଦ କରି ଛତୁ ଫୁଟିଲା ପରି ମଦ ଦୋକାନ ମାନ ଖୋଳୁଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘସିଏନ ଗାଁ ରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଅନତି ଦୂରରେ ମୁଖ୍ୟ ରାସ୍ତା ପାର୍ଶ୍ଵରେ ସବୁ ଆଇନ କାନୁନ କୁ ଜଳାଞ୍ଜଳି ଦେଇ ଏକ ବିଦେଶୀ ମଦ ଦୋକାନ ଖୋଲିଛନ୍ତି ।
ଏହି ମଦ ଦୋକାନ ହେବା ଦ୍ୱାରା ଘସିଏନ ଗ୍ରାମ ଉପରେ କଲେଜ, ହସ୍ପିଟାଲ, ବ୍ୟାଙ୍କ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ପ୍ରଭାବିତ ହେବେ । ଅଞ୍ଚଳ ରେ ଏକ ମାତ୍ର ମହାବିଦ୍ୟାଳୟ ଥିବାରୁ ପଡୋଶୀ ଗ୍ରାମର ହଜାର ହଜାର ଛାତ୍ରଛାତ୍ରୀ ଏହି କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ରେ ଅଧ୍ୟୟନ କରୁଛନ୍ତି । ଏହି ମଦ ଦୋକାନ ହେବା ଦ୍ୱାରା ଛାତ୍ରଛାତ୍ରୀ ପ୍ରଭାବିତ ହେବେ , ଛାତ୍ରଛାତ୍ରୀ ଅନ୍ୟାୟ ଅତ୍ୟାଚାର ର ଶିକାର ହେବେ, ବିଶେଷ କରି ଛାତ୍ରୀ ମାନେ କମେଣ୍ଟ ମରାର ଶିକାର ହେବେ , ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ବଢିବ, ଅଂଚଳରେ ଚୋରି ଡକାୟତି ବଢିବ , ପରିବାର ରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ବାହାରିବ, ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବ , ଜନସାଧାରଣ ଆର୍ଥିକ ଶୋଷଣର ଶିକାର ହେବେ ।
ଅଞ୍ଚଳ ର ସ୍ୱାର୍ଥ ଏବଂ କଲେଜ ଛାତ୍ରଛାତ୍ରୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବିଦେଶୀ ମଦ ଦୋକାନ କୁ ବନ୍ଦ କରିବା ଦାବୀରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସମ୍ପାଦକ ଶ୍ରୀ ଗିରିରାଜ ଭୋଇ ଙ୍କ ନେତୃତ୍ୱରେ ଆଦିବାସୀ କଲ୍ୟାଣ ସଂଘ ର ନେତୃ ମଣ୍ଡଳୀ ଉପଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗୀର ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ବରିଷ୍ଟ ସଦସ୍ୟ ଶ୍ରୀ ମନବୋଧ ବରିହା ,ଘନ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମୁଖ୍ୟ ସମସ୍ୟା ସମ୍ପର୍କରେ ସାତ ଦିନ ମଧ୍ୟରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ସାତ ଦିନ ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଦେବାକୁ ଧମକ (ଦେଇଛନ୍ତିପାଟଣାଗଡ଼/ଗୋରେଖନାଥ ବରିହା)
No Result
View All Result