• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରର ରୋଟାରୀ କ୍ଲବ ଇକୋ ତରଫରୁ ବିଶ୍ଵ ସାଇକେଲ ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
June 4, 2021
in ଓଡ଼ିଶା, ଦେଶ, ବିଶ୍ଵ, ମହାନଗର, ହୋମ୍
0
ଭୁବନେଶ୍ୱରର ରୋଟାରୀ କ୍ଲବ ଇକୋ ତରଫରୁ ବିଶ୍ଵ ସାଇକେଲ ଦିବସ ପାଳନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଭୁବନେଶ୍ୱର :- ନର୍ଥ କାରୋଲିନା/ଲଣ୍ଡନ/ନୂଆଦିଲ୍ଲୀ /କଟକ :- ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସାଇକେଲ ଚାଳନା ସବୁଠୁ ଶସ୍ତା, ସୁନ୍ଦର ଏବଂ ମଜବୁତ୍ ମାଧ୍ୟମ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି। ଭୁବନେଶ୍ଵରର ରୋଟାରୀ କ୍ଲବ ଇକୋ ତରଫରୁ ଅନଲାଇନ୍ ଜରିଆରେ ବିଶ୍ବ ସାଇକେଲ ଦିବସ ପାଳନ ଅବସରରେ ବିଶେଷଜ୍ଞ ମାନେ ସାଇକେଲକୁ ଏକ କ୍ରୀଡ଼ା ପରିବର୍ତ୍ତେ ଜୀବନ ଶୈଳୀ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଗତ ଏପ୍ରିଲ ମାସରେ ଗଠନ କରାଯାଇଥିବା ପରିବେଶ ସୁରକ୍ଷା ବିଷୟବସ୍ତୁ ଉପରେ ଆଧାରିତ ଏହି କ୍ଲବର ସାଇକେଲ ଦିବସ ପାଳନ ପ୍ରଥମ ବୃହତ୍ ୱେବ୍ ଉତ୍ସବ ଥିଲା ।

ସାରା ପୃଥିବୀରୁ ସାମାଜିକ ଗଣମାଧ୍ୟମ ନେଟୱର୍କ ଗୁଡ଼ିକ ଜରିଆରେ ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଦର୍ଶକ ସାମିଲ୍ ହୋଇଥିବା ଦେଖାଯାଇଥିଲା । ଭର୍ଚୁଆଲ ସଭାର ପ୍ରାରମ୍ଭରେ ଶିକ୍ଷାବିତ୍ ରୋଟାରିଆନ୍ ଡଃ ବିଜୟ କୁମାର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ବାଗତ ଭାଷଣ ପ୍ରଦାନ କରି ରୋଟାରୀ ୩୨୬୨ ଜିଲ୍ଲାର ଗଭର୍ଣ୍ଣର ସୌମ୍ୟ ରଂଜନ ମିଶ୍ର, ଆର୍ଥିକ ପ୍ରଗତି, ସ୍ବାସ୍ଥ୍ୟ ରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ସାଇକେଲ ଚାଳନାର ପ୍ରଚାର, ପ୍ରସାର, ଓ ଲୋକପ୍ରିୟତାକୁ ଅଗ୍ରାଧିକାର ଦିଆଯିବାକୁ ମତପ୍ରକାଶ କରିଥିଲେ। ଭିଡିଓ କନରେନ୍ସିଂ ଦ୍ବାରା ବୈଠକକୁ ସମ୍ବୋଧନ କରି ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଇକେଲର ପ୍ରତ୍ୟହ ବ୍ୟବହାର ପାଇଁ ସାମାଜିକ ମାନସିକତା ବଦଳିବା ସହିତ ଏହାର ପ୍ରୋତ୍ସାହନ ନେଇ ରୋଟାରୀ ଭଳି ସଂଗଠନ ସକାରାତ୍ମକ ଜନ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଜଣାଇଥିଲେ ।

ୱେବ୍ ଅଧୀବେଶନରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା, ସଚେତନ ନାଗରିକମାନେ ଉପଦେଶ ବା ସମାଲୋଚନାରୁ ସତତ ନିବୃତ୍ତ ରହି ନିଜେ ଦିନକୁ ଦଶ କିଲୋମିଟର ସାଇକେଲ ଚାଳନା କରି ଜନସାଧାରଣଙ୍କ ପାଇଁ ଆଦର୍ଶ ବନନ୍ତୁ ବୋଲି କହିଥିଲେ । ଅର୍ଜୁନ ପୁରସ୍କାର ବିଜେତା ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସାଇକେଲ ଚାଳକ ମିନତୀ ମହାପାତ୍ର ସ୍ବାସ୍ଥ୍ୟ ଠାରୁ ଅର୍ଥ ପର୍ଯ୍ୟନ୍ତ ସାଇକେଲର ଅସୁମାରୀ ଉପାଦେୟତା କୁ ଦୃଷ୍ଟି ରେ ରଖି ବର୍ତ୍ତମାନର ପିଢ଼ୀ ଏହାକୁ ଆଗ୍ରହର ସହିତ ଆପଣେଇବାକୁ ନିବେଦନ କରିଥିଲେ ।

ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଡଃ ଦେବେନ୍ଦ୍ର ମାଝି ଜନମାନସ ରେ ସାଇକେଲ ଚାଳକଙ୍କ ପ୍ରତି ସମ୍ମାନ ଭଦ୍ରେକ ହେବା ଉପରେ ଜୋର ଦେଇଥିଲେ। ମିଶନ ଶକ୍ତିର ଅଧିକାରୀ ନବକିଶୋର ପରିଡ଼ା ଜାତୀୟ ଓ ରାଜ୍ୟ ରାଜପଥରେ ସାଇକେଲ ଚାଳନାର ସୁରକ୍ଷା ଦିଗରେ ଧ୍ୟାନ ଦିଆଯିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। କୋଣାର୍କ ସାଇକ୍ଲୋଥନ୍ ର ପ୍ରତିଷ୍ଠାତା ସୁଧୀର ଦାଶ, ସଂସ୍ଥା ଓ ସଂସ୍ଥାନ ଗୁଡ଼ିକୁ କାର୍ବନ ବିହୀନ କରାଯିବା ତଥା ଏହାର କର୍ମକର୍ତ୍ତା ଓ କର୍ମଚାରୀ ମାନଙ୍କୁ ସାଇକେଲ ଚାଳନା ନେଇ ଉତ୍ସାହିତ କରାଯିବାକୁ ମତବ୍ୟକ୍ତ କରିଥିଲେ। ଆମେରିକାରୁ ସାଇକେଲ ବିଶେଷଜ୍ଞ ଧୀରେନ୍ଦ୍ର କର ସାଇକେଲ ମଣିଷର ହୃଦୟ, ଆତ୍ମା ଏବଂ ଶରୀରର ଉପକାର ପାଇଁ ସର୍ବୋତ୍କୃଷ୍ଟ ଉପଚାର ବୋଲି ସୁଚାଇଥିଲେ।
ୱେବିନାରରେ ଉଦବୋଧନ ଦେଇ ବିଶ୍ଵ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ଵୀବେଦୀ, ସାଇକେଲ ଚାଳନାକୁ ଦୈନଦିନ ଜୀବନର କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଉପଦେଶ ଦେଇଥିଲେ ।

ସମ୍ମାନିତ ଅତିଥି ଚିତ୍ର ତାରକା ଏବଂ ମୋ କଲେଜର ଅଧକ୍ଷ ଆକାଶ ଦାସନାୟକ ଏକ ପ୍ରଦୂଷଣ ମୁକ୍ତ ବିଶ୍ଵ ପ୍ରସ୍ତୁତି ପାଇଁ ସାଇକେଲର ଆବଶ୍ୟକତା ସର୍ବୋପରି ବୋଲି ଉଲ୍ଲେଖ କରିଥିଲେ । ଲାଇଭ ଷ୍ଟ୍ରିମିଙ୍ଗ ସମାରୋହରେ ପୌରହିତ୍ୟ କରି ଭୁବନେଶ୍ଵରର ରୋଟାରୀ କ୍ଲବ ଇକୋର ସଭାପତି ଏବଂ ମୁଖ୍ୟ ଆୟୋଜକ ରାମକୃଷ୍ଣ ଦାଶ ବର୍ତ୍ତମାନ କରୋନା ମହାମାରୀ କାଳରେ ସାଇକେଲ ଚାଳନାର ତାତ୍କାଳୀକ ଆବଶ୍ୟକତା ଓ ବ୍ୟବହାରିକ ବାସ୍ତବିକତା ଉପରେ ଆଲୋକପାତ କରିଥିଲେ। ଶେଷରେ ନୂଆଦିଲ୍ଲୀରୁ ପୁଷ୍ପାଞ୍ଜଳି ବାରିକ ଏକ ମର୍ମସ୍ପର୍ଶୀ ଭଜନ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସମଗ୍ର ଡିଜିଟାଲ କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ ଇକୋର ନିର୍ଦ୍ଦେଶକ ତୁଷାରକାନ୍ତି ସାହୁ ଖୁବ ସୁନ୍ଦର, ସୁଚାରୁ ଓ ସାବଳୀଳ ଢଙ୍ଗରେ ସଂଯୋଜନା ଓ ଉପସ୍ଥାପନା କରିଥିଲେ। ଉତ୍ସବ ଆୟୋଜନ ଓ ପରିଚାଳନା କରିବାରେ ବେଙ୍ଗାଲୁରୁରୁ ରୋଟାରୀଆନ ସୌମ୍ୟାଶ୍ରୀ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ରୋଟାରୀ କ୍ଲବ ଇକୋର ସମ୍ପାଦକ ରବୀନ୍ଦ୍ରନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସାଇକେଲକୁ ମାନବ ସମାଜରେ ସବୁଠୁ ବଡ ସହୋଦର ବୋଲି ବର୍ଣ୍ଣନା କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ କ୍ଲବର ଉପଦେଷ୍ଟା ଶିବବ୍ରତ ଦାଶ, ସଦସ୍ୟ ଡଃ ଅଶୋକ କୁମାର ପଣ୍ଡା, ଦିଲ୍ଲୀପ ସ୍ବାଇଁ, ପ୍ରମୋଦ ପଣ୍ଡା, ସୁରେଶ ବର୍ମା, ନିର୍ମଳ ଚନ୍ଦ୍ର ଦାଶ, ସୁକାନ୍ତ ସାହୁ, ଅଶୋକ ଚୌଧୁରୀ, ପୀତାମ୍ବର ବାରିକ, ପୀତବାସ ମିଶ୍ର, ଡଃ ରବୀନ୍ଦ୍ର ନାରାୟଣ ବେହେରା, କୃପାନିଧି ବିଶ୍ଵାଳ,ଆଶିଷ କୁମାର ପାଢ଼ୀ, ଶ୍ରାବଣୀ ସ୍ୱାଇଁ, ରିତା ପାତ୍ର, ନିହାର ସାମନ୍ତରା, ବରଦା ଦାସ, ଜ୍ଞାନ ଜେନା, ଏସ.ଏସ. ଡୋଗ୍ରା, ଶିଶିର ମିଶ୍ର, ଅକ୍ଷୟ ସାମଲ, ଧୀରଜ ଚଢା, ନୀତିନ ମାନିକ, ଅଜୟ ପ୍ରଧାନ, ଆୟୁବ ଖାନ, ଏସ. କେ ମିତ୍ର, ମିହିର ସାହୁ, ଅହଲ୍ୟା ବାରିକ, କୀର୍ତ୍ତି ଯୋଗଦର୍ଶନୀ, ଦେବ ପ୍ରସାଦ ତ୍ରିପାଠୀ, ଯୁଗଳ କିଶୋର ସାହୁ, ଡଃ ସୁରେନ୍ଦ୍ର ପଣ୍ଡା, ରାଜେଶ୍ ଅଗ୍ରୱାଲ, ପ୍ରଫେସର ଅମୀୟ ଦାଶ, ଦେବାଂଶ ଅଗ୍ରୱାଲ, ବିନାୟକ ଦାସ, ସୁଦୀପ୍ତ ପଟ୍ଟନାୟକ, ଭରତ ମିଶ୍ର ଏବଂ ଦୁର୍ଗାପ୍ରସାଦ ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧0ତମ ଜୟନ୍ତୀ ପାଳିତ

ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧0ତମ ଜୟନ୍ତୀ ପାଳିତ

March 8, 2026
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026
ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

March 8, 2026
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧0ତମ ଜୟନ୍ତୀ ପାଳିତ

ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧0ତମ ଜୟନ୍ତୀ ପାଳିତ

March 8, 2026
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version