No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳ ରେ ଦିନକୁ ଦିନ ବେଆଇନ ନିଶା କାରବାର ଓ ଚୋରା କାରବାର, ଡକାୟତି ଘଟଣା, ବେଆଇନ ଜୁଆ ,ସଟ୍ଟା ବଢ଼ିବାରେ ବେଳେ ବେଆଇନ କାରବାର ଅଞ୍ଚଳ ରେ ଏକ ଭୂସ୍ବର୍ଗ ପାଲଟିଛି । ନୂତନ ଥାନା ଅଧିକାରୀ ରମାକାନ୍ତ ସାହୁ ଙ୍କ ଯୋଗଦେବା ଦିନଠାରୁ କିଛି ସୁଧାର ଆସିଲାଣି! ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତି ୭:୩୦ଟାରେ କିଛି ଜଣ ଦୃବୁତ୍ତ ଶାନ୍ତିପୁର ଗାଁ ର ମହୁଲ ଗଛ ମୂଳରେ ଜୁଆ ଖେଳ ରେ ମସଗୁଲ ଥିବା ବେଳେ କୋୖଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରିଥିଲେ!
ଏବଂ ପାଞ୍ଚ ଜଣ ଜୁଆଡି କୁ ଗିରଫ ଓ ପାଞ୍ଚଟି ବାଇକ୍ ଜବତ କରିଛନ୍ତି ଓ ତାସଙ୍ଗେ ତିନି ହଜାର ଦୁଇ ଶହ ଦଶ ଟଙ୍କା , ତିନି ପକେଟ୍ ତାସ , ଗୋଟିଏ ଏଚ ଏଫ୍ ଡିଲକ୍ସ ଓଡିଓ ୩ ଇ୭୪୬0 , ସିଡି ଡିଲକ୍ସ ,ଫେସନ ପ୍ରୋ ଓଡିଓ ୧୭ଇ ୧୫୨୪ , ଏଚଏଫ ଡିଲକ୍ସ ଓଡିଓ ୩ କେ ୭୩୪୧ ନମର ଥିବା ବାଇକ୍ ଜବତ କରିବା ସହ ଗୋଟିଏ ଜିଓ କିପେଡ୍ ,ସମସଙ୍ଗ ମୋବାଇଲ ମଧ୍ୟ ଜବତ କରିଥିବା ଜଣାପଡିଛି । !
ଗିରଫ ଜୁଆଡି ମାନେ ହେଲେ ସତ୍ୟପ୍ରିୟ ପଟେଲ ( ୩୯) ,ସମ୍ପଦ ପ୍ରଧାନ(୧୯), ରଣବୀର ପନିକା(୧୯), ପୁରୁଷୋତ୍ତମ ପ୍ରଧାନ(୨୮), ସତ୍ୟ ବାରିକ (୩୩)ଓ ଜବତ ହୋଇଥିବା ଜଣାପଡିଛି!ସେମାନଙ୍କୁ କେଶ ନମ୍ବର ୮୦/ u/s 3 ଓ ପିଜି ,ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି! ଚଢ଼ାଉ ସମୟରେ ଥାନା ଅଧିକାରୀ ସାହୁ ଙ୍କ ସହ ଏ,ଏସ,ଆଇ ସାୱନ କେରକେଟା ଓ ସମ୍ଭୁ ପ୍ରସାଦ ଠାକୁର ଙ୍କ ସହ ଅନ୍ୟ କର୍ମ ଚାରି ସାମିଲ ଥିଲେ । (ପାଟଣାଗଡ଼ /ଗୋରେଖନାଥ ବରିହା )
No Result
View All Result