ନୟାଗଡ଼ର ବିଧାୟକ ତଥା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଡିଜିଟାଲ ମୋଡ଼ରେ ନୟାଗଡ଼ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ଦିବସରେ ସ୍ମୃତି ଚାରଣ କଲେ, ନୟାଗଡ଼ର ବିକାଶ ପାଇଁ ଜଣେ ସମର୍ପିତ ବ୍ୟକ୍ତିତ୍ୱ ଥିଲେ ଭାଗବତ ବାବୁ : ଅରୁଣ
ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) ନୟାଗଡ଼ :- ନୟାଗଡ଼ର ବିକାଶ ପାଇଁ ଜଣେ ସମର୍ପିତ ତଥା ସାଲିସ ବିହୀନ ସଂଗ୍ରାମୀ ଥିଲେ ଭାଗବତ ବାବୁ । ଓଡ଼ିଶାର ବିକାଶ ପାଇଁ ଛାତ୍ର ଆନ୍ଦୋଳନରୁ ଜଣେ ଯୁବ ନେତା ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଭାଗବତ ବାବୁ ନିଜର କାର୍ଯ୍ୟଦକ୍ଷତା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସ୍ନେହୀ ଥିଲେ । ଏପରିକି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ହିସାବରେ ଜଣେ ଦୁର୍ଦ୍ଧଷ ନେତା ଭାବେ ଜନମାନସରେ ସେ ବେଶ ଲୋକପ୍ରିୟ ଥିବା ସହ ଜନସାଧାରଣଙ୍କ ଦୁଃଖ ସୁଖରେ ନିଜକୁ ସିଧାସଳଖ ସଂଶ୍ଲିଷ୍ଟ କରାଇ ସମସ୍ତ କଥା ବୁଝିବାରେ ବେଶ ଓସ୍ତାଦ ଥିଲେ ଭାଗବତ ବାବୁ ବୋଲି ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଏକ ଡିଜିଟାଲ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ

ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଉଚଶିକ୍ଷ୍ୟା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ପ୍ରକାଶ କରିଥିବାବେଳେ ମହାନ ଆତ୍ମା ଚିରଦିନ ପାଇଁ ଅମର ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଶ୍ରାଦ୍ଧ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ଼ ଏନ.ଏ.ସି ର ପୂର୍ବ ଅଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲା ଜୀବନ ବିନ୍ଦୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୁରୁପ୍ରସାଦ ଜେନା ଭାଗବତ ବାବୁଙ୍କ ନୟାଗଡ ପ୍ରତି ଥିବା ଅମ୍ଲାନ ସ୍ଵାକ୍ଷରର ସ୍ମୃତି ଅବତାରଣା କରିଥିବା ବେଳେ
















