No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ପାରଳାଖେମୁଣ୍ଡି :– ଗଞ୍ଜାମ ସିମାରେ ଅବକାରୀ ଚଢ଼ଉ ବିପୁଳ ପରିମାଣର ଦେଶୀ ପୋଚ ସହ ରନ୍ଧା ସାମଗ୍ରୀ ଜବତ ଆସାମୀ ଫେରାର ଗଜପତି ଜିଲ୍ଲା ଗୋଠକେଳି, ଏବଂ ଗଂଜାମ ଜିଲ୍ଲାର ଭୀମପୁର, କେ ନୂଆଗାଁ, ଜୁଆନପାଲି ଗ୍ରାମର ଘଞ୍ଚ ଜଙ୍ଗଲ ମଧ୍ୟରେ ନାଳ ନିକଟରେ କେତକ ଆସାଧୁ ଚୋରା ମଦ ବେପାରୀ ଦେଶୀ ମଦ ରାନ୍ଧି ଚୋରା ରେ ବିକ୍ରିକରୁଥିବା ଖବର ପାଇ ଆଜି ବ୍ରହ୍ମପୁର ଅବକାରୀ ଏବଂ ସ୍ଥାନୀୟ ପୋଲିସ ଗେସେହି ଅଞ୍ଚଳରେ ଅଚାନକ ଚଡାଉ କରି୫୩ ଟି ପ୍ଲାଷ୍ଟିକ ଡ୍ରମ ସହ ୧୦,୬୦୦ଲିଟର ମହୁଲି ପୋଚ ନଷ୍ଟ କରିଛନ୍ତି।ଘଟଣା ସ୍ଥଳରୁ ଆସାମୀ ମାନେ ଫେରାର ହୋଇଥିବା ଜଣାପଡିଛି।ଏହି ଚଡାଉ ରେ
ଦିଗପହଣ୍ଡି ତହସିଲଦାର ଆଦିତ୍ୟ କୁମାର ସ୍ୱାଇଁ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ବେଳେ ଡି ଏସ ଇ ବ୍ରହ୍ମପୁର ରଞ୍ଜନ କୁମାର ନାୟକ ଙ୍କ ନେତୃତ୍ୟରେ ସମସ୍ତ ଅବକାରୀ ଏବଂ ପୋଲିସ ସହ ଏ ପି ଆର ଫୋର୍ସ ମଧ୍ୟ ସାମିଲ ଥିଲେ।ଏହି ମହାମାରୀ ସମୟରେ ଚୋରା ବ୍ୟବସାୟୀ ସମସ୍ତ ଅଞ୍ଚଳରେ ପଦ୍ରୁଭାଵ ବିସ୍ତାର କରି ପ୍ରତି ଗାଁ ଗାଁ ରେ ଚୋରା ମଦ ମାଫିଆ ମାତି ଥିବା ଦେଖିବାକୁ ମିଳିଛି।ଏହି ଅଞ୍ଚଳରେ ଅଚାନକ ଚଡାଉ ଜାରି ରଖିବା ନିମନ୍ତେ ଅଞ୍ଚଳ ବାସୀ ଦାବି କରିଛନ୍ତି। (ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି
No Result
View All Result