No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ଓଡ଼ଗାଁ :- ଓଡ଼ଗାଁ ମଣ୍ଡଳ ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ ପଦୋନ୍ନତି ପାଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୂପେ ନୟାଗଡ଼ କୁ ଯାଇଥିବା ବେଳେ ଆଜି ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଓଡଗାଁ ଠାରେ ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନ ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ବସନ୍ତ କୁମାର ନାୟକ ଙ୍କୁ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଓଡଗାଁ ର ସମସ୍ତ କର୍ମଚାରୀ ଏବଂ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସଭାରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ,ବନବିହାରୀ ପାତ୍ର,ମୁଖ୍ୟ କିରାଣୀ ହାଡୁବନ୍ଧୁ ନାୟକ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓଡଗାଁ ର ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ଦେଈ ମଞ୍ଚାସୀନ ଥିଲେ।ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଭକ୍ତରଞ୍ଜନ ମିଶ୍ର, ଏନ୍ ପି ଏସ୍ ର ସଭାପତି ନରେଶ ପାଣିଗ୍ରାହୀ,ଏକ୍ସ କ୍ୟାଡର ର ସଭାପତି ଜୟକୃଷ୍ଣ ପ୍ରଧାନ,ସି ଆର୍ ସି ସି ରବିନ୍ଦ୍ର କୁମାର ଘଡେଇ,ତ୍ରିଲୋଚନ ସାମନ୍ତରାୟ, ଶୁଶେନ୍ଦୁ ଷଡ଼ଙ୍ଗୀ, ଦେବାଶିଷ ଦାଶ,ଚିତ୍ତରଞ୍ଜନ ମିଶ୍ର ଡ଼ଃ ନାୟକ ଙ୍କ ବିଗତ ଦିନର କାର୍ଯ୍ୟଶୈଳୀ କୁ ରୋମନ୍ଥନ କରିଥିଲେ।ଭାଗ୍ୟଲତା ଦାଶ,ବନବିହାରୀ ପାତ୍ର,ହାଡୁବନ୍ଧୁ ନାୟକ,ବିଷ୍ଣୁ ପ୍ରସାଦ ମହାପାତ୍ର,ରଞ୍ଜନ କୁମାର ଦାଶ,ଚିନ୍ମୟ ସାଥୁଆ,
ସ୍ୱାଗତିକା ମହାପାତ୍ର, ସଶ୍ମିତା ସାହୁ ବିଇଓ ସାର୍ ଙ୍କ ଗୁଣଗାନ କରିଥିଲେ।ଶିକ୍ଷକ ମାନଙ୍କ ମନ ଜିଣିବା, ବିଦ୍ୟାଳୟ,ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଅସୁବିଧା କୁ ବୁଝି ସମାଧାନ କରିବା,ଶିକ୍ଷକ ମାନଙ୍କ ଦରମା ମାସର ଶେଷ ଦିନ ପ୍ରଦାନ କରିବା ଭଳି କାର୍ଯ୍ୟ କୁ ଡଃ ନାୟକ ସୂଚାରୁ ରୂପେ କରି ଓଡଗାଁ ବ୍ଳକ ରେ ସମସ୍ତ ଶିକ୍ଷକ ମାନଙ୍କ କିପରି ପ୍ରିୟ ଭାଜନ ହୋଇପାରିଥିଲେ ସେ ବିଷୟରେ ଅନ୍ୟ ମାନେ ବକ୍ତବ୍ୟପ୍ରଦାନ କରିଥିଲେ।ଜଣେ ଉତ୍ତମ ପ୍ରଶାସକଙ୍କୁ ଆଜି ବିଦାୟ ଦେଲାବେଳେ ସମସ୍ତଙ୍କ ମନରେ ଦୁଃଖ ର ଆଭାସ ଦେଖିବାକୁ ମିଳିଥିଲା।ଡ଼ଃ ନାୟକ ନିଜ ବକ୍ତବ୍ୟ ରେ ସଭିଏଁ ନିଜ କର୍ମ ଉପରେ ଗୁରୁତ୍ୱ ଦେବା, ସମସ୍ତ ଙ୍କ ମଧ୍ୟ ରେ ସଦ୍ ଭାବନା ସୃଷ୍ଟି କରିବା,
ଶିକ୍ଷା କୁ ଗୁରୁତ୍ୱ ଦେବା, ଶିକ୍ଷକ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ସହିତ ସୁ ସମ୍ପର୍କ ରଖିବା ସହିତ ସର୍ବଦା ବ୍ଳକ ର ମର୍ଯ୍ୟାଦା ବଜାୟ ରଖିବାପାଇଁ ଗୁରୁତ୍ୱ ଦେଇଥିଲେ।ଲଳିତ ମୋହନ ମିଶ୍ର,ବିମଳ ବାରିକ,ସନ୍ତୋଷ ସାହୁ,ମନୋଜ ପାଟ୍ଟଶାଣୀ, ସନ୍ତୋଷ କର,ଟୁକୁନା ସେଠୀ ଙ୍କ ଦ୍ୱାରା ପ୍ରଶଂସାପତ୍ର,ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସି ଆର୍ ସି ସି ଗୋଦାବରୀ ବସନ୍ତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନୁଜ ନାୟକ ଏବଂ ଗୈ। ରାଙ୍ଗ ମୁଦୁଲି ସହଯୋଗ କରିଥିଲେ । ( ଓଡ଼ଗାଁ ରିପୋର୍ଟ/ଅଶ୍ଵିନୀ କୁମାର ସାହୁ )
No Result
View All Result