No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୨ ଜୁନ ବୁଧବାର) ଭୁବନେଶ୍ୱର :- ଓଡ଼ିଶା ବିଧାନସଭା ସଚିବାଳୟର ବରିଷ୍ଠ ବ୍ୟକ୍ତିଗତ ସହାୟକ ଶ୍ରୀ ଘନଶ୍ୟାମ ସାହୁଙ୍କ ସରକାରୀ ଚାକିରିରୁ ଅବସର ଗ୍ରହଣ ଅବସରରେ ତାଙ୍କୁ ସଞ୍ଚର୍ଦ୍ଧନା ଜ୍ଞାପନ କରାଯାଇଛି । ସଂପୂର୍ଣ୍ଣ କୋଭିଡ୍ କଟକଣା ନିୟମ ଅନୁସାରେ ଅନୁଷ୍ଠିତ ଏହି ସଞ୍ଚର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂେପ ବିଧାନସଭା ସଚିବ ଦାଶରଥୀ ଶତ ପଥୀ ଯୋଗଦେଇ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ସାହୁଙ୍କର ବୃତ୍ତିଗତ ଦକ୍ଷତା, ସରଳତା ଓ କର୍ତ୍ତବ୍ୟ ପରାୟଣତାର ଭୂରିଭୂରି ପ୍ରଶଂସା କରିଥିଲେ । ତାଙ୍କର ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି କାମନା କରାଯାଇଥିଲା । ଏହି ଉତ୍ସବରେ ବିଧାନସଭାର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉ ପସ୍ଥିତ ଥିଲେ ।
No Result
View All Result