ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ରାଜ୍ୟ ଉଚ୍ଚଶିକ୍ଷା – କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ

ଓଡ଼ିଶା ତାଜା ନ୍ୟୁଜ (୦୨ ଜୁନ ବୁଧବାର) ଭୁବନେଶ୍ୱର :- ବାତ୍ୟା ରେ କ୍ଷୟ କ୍ଷତି ହୋଇଥିବା ଅଞ୍ଚଳ ଗୁଡ଼ିକ ଗ୍ରସ୍ତ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ବାତ୍ୟା ୟାସ ର ପରିଣାମ ବହୁ ଭୟଙ୍କର ଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି ଯାହାର କ୍ଷୟକ୍ଷତିକୁ ଭରଣ କରିବା ପାଇଁ ସରକାର ଦିନ ରାତି ଏକ କରିଦେଇଛନ୍ତି ।

ଏ ପରିପ୍ରେକ୍ଷୀରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା, କୃଷି ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ଼ ଅରୁଣ ସାହୁ ଧାମରା ଓ ବାସୁଦେବପୁର ଅଭିମୁଖେ ପରିଦର୍ଶନ କରିଥିଲେ । ଭଦ୍ରକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ବରିଷ୍ଠ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଶ କରି ଯେପରି କୌଣସି କ୍ଷତିଗ୍ରସ୍ତ ଚାଷୀ ଏବଂ ତାଙ୍କର କ୍ଷତିପୂରଣ ରୁ ଯେମିତି ବାଦ ନ ପଡିବେ ତାହା ସଠିକ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହା ପରେ ମନ୍ତ୍ରୀ ଡ଼ଃ ସାହୁ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ।

ସେଠାରେ ବିଭିନ୍ନ ଅଧିକାରୀ ମାନଙ୍କ ସହ ଆଲୋଚନା କରି କିପରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କଲେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ମିଳିପାରିବ ଏ ନେଇ ମଧ୍ୟ ଆଲୋଚନା କରିଥିଲେ । .