No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ଜୁନ , ମଙ୍ଗଳବାର ) ଓଡ଼ଗାଁ :- ଶରଣକୁଳ ଲଡୁବାବା ମନ୍ଦିର ଏବଂ ଓଡ଼ଗାଁ ଶ୍ରୀ ରଘୁନାଥ ମନ୍ଦିରରେ ଭଗବାନଙ୍କ ନୀତିକାନ୍ତି ସେବା କରୁଥିବା କେତେକ ପୂଜକ , ସେବାସୀ ଓ ସୁଆର ମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଚାଉଳ ପ୍ୟାକେଟ ସହ ଆଳୁ ପ୍ୟାକେଟ , ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ଜିଲ୍ଲାରେ କଂଗ୍ରେସ ଦଳ ଏହି ଛୋଟିଆ ପ୍ରୟାସ ଆରମ୍ଭ କରିଛି ।
ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଉଦ୍ୟମରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର , ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତା ଆଇନଜୀଵି ଚିତ୍ତରଞ୍ଜନ ପ୍ରଧାନ , ପ୍ରଫୁଲ୍ଲ ପାଟ୍ଟଶାଣୀ , ଲକ୍ଷ୍ମଣ ଜେନା , ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ , ସୋମନାଥ ସାହୁ , ଜଗବନ୍ଧୁ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଆଗକୁ ଏହିଭଳି କାର୍ଯକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ ସୂଚନା କୁହାଯାଇଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result