No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର )ବାଙ୍କୀ :- ବାଙ୍କୀ ଉପଖଣ୍ଡର ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଲୟ ରେ ୩୫୦ ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଛି ବାଙ୍କୀ ଉପଖଣ୍ଡ ରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ୩୯୦ ଜଣଙ୍କୁ କୋଭିଡି ପ୍ରତିଷେଧକ ଟୀକା କରଣ ଓ ବାଙ୍କୀ ରେ ଜଣେ କରୋନା ରେ ମୃତ। ବାଙ୍କୀ ଉପଖଣ୍ଡ ଚିିକିତ୍ସାଳୟରେ ୫୯ ଜଣଙ୍କ ଠାରୁ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ରେ ୩୪ ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କଟକ ପାଠ ଯାଇଛି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପସ୍ବାସ୍ଥ୍ୟ କେନ୍ଦ୍ର ରେ୧୮ ଜଣଙ୍କର ଆର୍ଟିପିସିଆର ସ୍ୱାବ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇଛି ଓ୮୩ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ୪୧ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରଗଡି ଗ୍ରାମ ପଞ୍ଚାୟତ ନିସ୍ତିପୁର ଗ୍ରାମକୁ ନିଷେଦ୍ଧା ଅଞ୍ଚଳ ଘୋଷଣା କରାଯିବା ପରେ ସେଠାରେ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱଜିତ୍ ପଣ୍ଡାଙ୍କ ତତ୍ୱାବଧାନରେ ୧୧୫ଜଣଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ କଟକ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ଜେ.ଡିି ପାଣି , ଫାର୍ମାଶିଷ୍ଟ୍ ଉମାକାନ୍ତ ସ୍ୱାଇଁ, ଏ.ଏନ୍.ଏମ୍ ସୂଚିତ୍ରା ବେହେରା ଓ ଶୁଭଶ୍ରୀ ଦାଶ ପ୍ରମୁଖ ସହଯୋଗ କରିଥିଲେ । ଆଜି ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨୦ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫୫ ଜଣଙ୍କୁ ଟିକା ଦାନ କରାଯାଇଛି ।
ବାଙ୍କୀ କଲେଜ ଠାରେ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ୧୬୫ ଜଣଙ୍କୁ କୋଭିଡି ପ୍ରତିଷେଧକ ଟିକାକରଣ କରାଯାଇଛି । ଡମପଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପରିଡା ବୟସ (୫୧)ବର୍ଷଙ୍କର ଆଜି କରୋନା ସଂକ୍ରମଣରେ ପରଲୋକ ଘଟିଛି । ସେ କରୋନା ସଂକ୍ରମିତ ହୋଇ ଗତ ୧୭ତାରିଖ ଠାରୁ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ୧୯ତାରିଖରେ କଟକସ୍ଥିତ ରୁଦ୍ର କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ ପ୍ରଶାନ୍ତ କୁମାର ପରିଡା ଡମପଡ଼ା ମଦନମୋହନ ଛକ ଗଉଡ ସାହିର ପ୍ରଫୁଲ କୁମାର ପରିଡାଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି । କଟକ ସତୀ ଚଉରା ଠାରେ ପ୍ରଶାନ୍ତ କୁମାର ଙ୍କ ଶେଷ କୃତ୍ୟ କରାଯାଇଥିଲା । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result