ରଣପୁର ପୋଲିସ କଲା ବ୍ରାଉନସୁଗାର ଜବତ – ଦୁଇ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) ରଣପୁର :- ରଣପୁର ପୋଲିସ ଓ ନୟାଗଡ ସ୍ୱତନ୍ତ୍ର ସ୍କ୍ୱାର୍ଡ ଟିମ ର ମିଳିତ ଚଢ଼ାଉରେ ରଣପୁର ଅଞ୍ଚଳରୁ ଦୁଇ ଜଣଙ୍କ ଠାରୁ ବ୍ରାଉନସୁଗାର ଜବତ କରାଯାଇଛି । ନୟାଗଡ଼ର ସ୍ୱତନ୍ତ୍ର ସ୍କ୍ୱାର୍ଡ ସମେତ ରଣପୁର ଥାନା ର ସବ-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ଓ ପୋଲିସ ଟିମ ସହଯୋଗ ରେ ଏହି ଚଢ଼ାଉ ହୋଇଥିଲା ଯେଉଁଥିରେ ଅଭିଯୁକ୍ତ ଙ୍କୁ ଠାରୁ ୧୧.୫ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି l

ଉକ୍ତ ଚଢ଼ାଉ ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ସେମାନେ ହେଲେ କଟକ ବିଡାନାସୀର ମାନସ ସ୍ୱାଇଁ ଓ ପ୍ରଫୁଲ କୁମାର ମହାରଣା l ପୋଲିସ ସେମାନଙ୍କ ପିଛା କରି ଦର୍ପନାରାୟଣ ପୁର ଫାଣ୍ଡି ନିକଟରୁ ଧରିଥିବା ଜଣାଯାଇଛି l ଏ ନେଇ ରଣପୁର ଥାନାରେ ୧୦୦ / ୨୧ ରେ ଏକ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l