No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଠାକୁରପାଟଣା ଯୁବପରିଷଦ ପକ୍ଷରୁ କର୍କଟ ପୀଡିତ ପୁଅର ଚିକିତ୍ସ ନିମନ୍ତେ ବୃଦ୍ଧଦମ୍ପତିଙ୍କୁ ଆର୍ଥକ ସହାୟତା କରିଛନ୍ତି । ପ୍ରକଶାଯେ, ଜେନାପୁର ଥାନା ଅନ୍ତର୍ଗତ ସାଥୁଆପାଟଣା ଗ୍ରାମର ନିରଞ୍ଜନ ମହାରାଣଙ୍କ ଦୁଇ ପୁଅ ଗୋଟିଏ ଝିଅ ଅଛନ୍ତି । ଝିଅଟି ବିବାହ କରିସାରିଛି ଓ ବଡପୁଅ କୀର୍ତନ(୪୦) ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲା ବେଳେ କରୋନା ଲାଗି କମ୍ପାନୀ ବନ୍ଦ ହେତୁ ଘରେ ବସିଛି ।
ହେଲେ ସାନପୁଅ ଜ୍ୟୋତିରଞ୍ଜନ(୩୬) ଦୀର୍ଘ ୫ବର୍ଷ ହେଲା କର୍କଟ ରୋଗରେ ପୀଡିତ ହୋଇଛି । ଏବେ ସେ କଟକ ସ୍ଥିତ ଆଚର୍ଯ୍ୟ ହରିହର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ା ହେଲେ ଏହି କରୋନ ସମୟରେ ପରବାର ଅଦୌଁ ରୋଜଗାର ନଥିବାରୁ ପୁଅର ଚିକିତ୍ସାରେ ଅସୁବିଧା ହେଉଛି । ଫଳରେ ବୃଦ୍ଧ ନିରଞ୍ଜନ ସହାୟତା ଲାଗି ଖମଣ ପଂଚାୟତ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଠାକୁରପାଟଣା ଯୁବପରିଷସଦୁକୁ ନିବେଦନ କରିଥିଲେ ।
ଅନୁଷ୍ଠାନର କର୍ମକର୍ତାମାନେ ଆଲୋଚନାକରି ଅର୍ଥ ସଂଗ୍ରହକରି ଆଜି ତାଙ୍କ ବୃଦ୍ଧ ବାପାମାଆଙ୍କୁ ଡାକି ପୁଅର ଚିକିତ୍ସା ନିମନ୍ତେ ସଭାପତି ପ୍ରଶାନ୍ତକୁମାର ସାହୁ, ରମାକାନ୍ତ ସାହୁ, ନୟନଦୀପ୍ତ ବେହେରା, ସନ୍ତାଷକୁମାର ସାହୁ, ଅବିନାଶ ସାହୁ ପ୍ରମୁଖ କର୍ମକର୍ତା ଓ ସଦସ୍ୟଗଣ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଯୁବପରିଷଦର ଏପରି ବଦାନ୍ୟତା ପାଇଁ ବୃଦ୍ଧଦମ୍ପତି ଧନ୍ୟାବାଦ ଜଣାଇବା ସହ କୃତଞ୍ଜତା ଜ୍ଞାପନ କରିଥିଲେ । ଏଥି ସହିତ ମୁଖ୍ୟମବୀ ରିଲିଫ ପାଣ୍ଠିରୁ ସହଯୋଗ ପାଇବାକୁ ଆଶାବ୍ୟକ୍ତ କରିଛନ୍ତି ବୃଦ୍ଧଦମ୍ପତି ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result