No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) କୋରାଇ :- ବ୍ୟାସନଗର ତହସିଲ ପ୍ରଶାସନ ପକ୍ଷରୁ ଆଜି କୋରାଇ ବ୍ଲକ ଧନେଶ୍ୱର ପଂଚୟତରେ ୨୯ଜଣ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ପଂଚାୟତର ଡିଗିସାହି, ଠାକୁରା ସାହି ଓ ବେଗନା ଗ୍ରାମରେ ଦୀର୍ଘଦିନ ଧରି ରହି ଆସୁଥିବା କିଛି ଲୋକଙ୍କ ଭୋଟ ପରିଚୟପତ୍ର ରହିଥିଲେ ବି ସେମାନଙ୍କ ନାମରେ ନିଜସ୍ୱ ନାମରେ ଜମିଜମା ପଟ୍ଟା ନାହିଁ । ଏହାକୁ ନେଇ ଦୀର୍ଘବର୍ଷ ହେବ ଏମାନେ ପଟ୍ଟା ପାଇଁ ତହସିଲ ପ୍ରଶାସନ ନିକଟରେ ଆବେଦନ କରିଥିଲେ । ଆଜି ତହସିଲଦାର ଡକ୍ଟର ଶରତଚନ୍ଦ୍ର ମହପାତ୍ରଙ୍କ ନିର୍ଦ୍ଦେଶରେ ଆଜି ମଧ୍ୟାହ୍ନରେ ପଟ୍ଟାପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା ।
ଆଜି ତହସିଲ ପ୍ରଶାସନରେ କାର୍ଯ୍ୟରତ ସୁପରଭାଇଜର ବିଷ୍ଣୁଚରଣ ପଣ୍ଡା ଅବସର ଗ୍ରହଣ କରୁଥିବାରୁ ତାଙ୍କ ଦ୍ୱାରା ଏହି ପଟ୍ଟା ପ୍ରଦାନ କରାଯାଇଥିଲା । ପଟ୍ଟା ନେଇଥିବା ଭୂମିହୀନଙ୍କ ମଧ୍ୟରେ ବେଗନା ଗ୍ରାମର କାଶୀନାଥ ଯେନା, ସୁନାକର ଯେନା, ପ୍ରକାଶ ଲେଙ୍କା, ଚନ୍ଦ ମୁଣ୍ଡା, ଶ୍ରୀରାମ ମୁଣ୍ଡା, ଜଗନ୍ନାଥ ଓଝା, ମଙ୍ଗୁଳି ମୁଣ୍ଡା, ସୁମିତ୍ରା ମୁରାଣ୍ଡି, ଭାଗବତ ଓଝା, ସଲମା ମୁଣ୍ଡା, ଟୁନା ମଲ୍ଲିକ, ଅର୍ଜୁନ ମୁଣ୍ଡା, ଧନେଶ୍ୱରର ରାହାସ ମଲ୍ଲିକ, କୈଳାସ ମଲ୍ଲିକ, ବ୍ରଜ କିଶୋର ମଲ୍ଲିକ, ନିକୁଞ୍ଜ ମଲ୍ଲିକ, ଶ୍ରୀଧର ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ରବୀନ୍ଦ୍ର କୁମାର ମଲ୍ଲିକ, ବୁଲୁ ମଲ୍ଲିକ, ଦାଶରଥି ମଲ୍ଲିକ, ରାହାସ ଯେନା, ଉଦ୍ଧବ ମଲ୍ଲିକ, ବଟକୃଷ୍ଣ ମଲ୍ଲିକ, କାର୍ତିକ ମଲ୍ଲିକ, ରାଜୁ ମଲ୍ଲିକ, ନଟବର ମଲ୍ଲିକ ପ୍ରମୁଖଙ୍କୁ ପଟ୍ଟାପ୍ରଦାନ କରାଯାଇଥିଲା । ଏହି ଅବସରରେ ତହସିଲ ପ୍ରଶାସନ ପକ୍ଷରୁ ରାଜସ୍ୱ ରଥ ପରିକ୍ରମା କରି ଲୋକଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ସଚେତନତା କରିଥିଲା । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result