No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) ପାଟଣାଗଡ଼ :- ସରକାର ବିଭିନ୍ନ ପ୍ରକଳ୍ପ ଯଥା ସ୍ବଜଳଧାରା ଓ ବସୁଧା ଆଦି ପ୍ରକଳ୍ପ ମାଧ୍ୟମରେ ପାନୀୟଜଳ ଯୋଗାଇ ଦେଉଛନ୍ତି ହେଲେ ପ୍ରକଳ୍ପ ଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବା ଯୋଗୁଁ ଲୋକେ ପାନୀୟ ଜଳ ପାଇ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସରମୁହାଣ ପଞ୍ଚାୟତ ସରମୁହାଣ ଗ୍ରାମ ର ସ୍ଥାପିତ ହେଇଥିବା ବସୁଧା ପ୍ରକଳ୍ପ ଟି ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ପ୍ରକୋପ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବସୁଧା ଜଳ ପ୍ରକଳ୍ପ ଅଚଳ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ ଯେ ପ୍ରକଳ୍ପ ଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ବସୁଧା ପ୍ରକଳ୍ପ ଟି ଲୋକ ଙ୍କ କାମ ରେ ଆସୁନି । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ପ୍ରକଳ୍ପ ରୁ ଗ୍ରାମ କୁ ପାନୀୟଜଳ ଯୋଗାଇ ଦିଆଯାଉଥିବା କାଗଜପତ୍ର ସଠିକ ରହିଥିବା ଜଣାପଡିଛି । ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଓ ଗୋଦରା ଗୋଡ଼ ଭଲି କାମ ଯୋଗୁଁ ସରକାର ଙ୍କ କୋଟି କୋଟି ଟଙ୍କାରେ ନିର୍ମିତ ବସୁଧା ପ୍ରକଳ୍ପ ଟି ନାମକୁ ମାତ୍ର ହେଉଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି ।
ଏନେଇ ବାରମ୍ବାର ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏକ ହଜାର ରୁ ଉର୍ଦ୍ଧ୍ବ ଲୋକ ସଂଖ୍ୟା ବିଶିଷ୍ଟ ସରମୁହାଣ ଗ୍ରାମ ରେ ପାନୀୟ ଜଳ ର ସୁବିଧା ନଥିବାରୁ ଘୋର ଅସୁବିଧା ସମୁଖୀନ ହୋଇଥିବା ଅଭିଯୋଗ ହେଉଛି । ସରକାର ଙ୍କ ବସୁଧା ପ୍ରକଳ୍ପ ଟି ନିର୍ମାଣ କାର୍ଯ୍ୟ ରେ କୋଟି ଟଙ୍କା ପାଣି ରେ ପଡୁଥିବା ଏଥିରୁ ଅନୁମେୟ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅଚଳ ବସୁଧା ପ୍ରକଳ୍ପ କୁ ସଚଳ କରି ପାନୀୟ ଜଳ ଯୋଗାଇ ଦେବାକୁ ସରମୁହାଣ ଗ୍ରାମ ବାସୀ ଦାବି କରିଛନ୍ତି । (ପାଟଣାଗଡ଼/ଗୋରେଖନାଥ ବରିହା)
No Result
View All Result