ଚାନ୍ଦପୁର ପୋଲିସ,୪ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ  – ୭ ଗ୍ରାମ ବ୍ରାଉନ ସୁଗାର ଜବତ

ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) ରଣପୁର/ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ୪ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ , ସେମାନଙ୍କ ନିକଟରୁ ୭ ଗ୍ରାମ ଓଜନର ଧଳାଜହର ଜବତ ହୋଇଛି । ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମିରଞ୍ଜନ ଦାସ ଙ୍କ ନେତୃତ୍ୱରେ ଏସଆଇ ସଞ୍ଜୟ ମଲ୍ଲିକ, ଅଞ୍ଜଳି ସା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା ।

ଏହାପରେ ପୋଲିସ ବିଭିନ୍ନ ଅଞ୍ଚଳ ଖାନତଲାସ ଜାରି ରଖିଥିବାବେଳେ ଶେଷରେ ରାଇପଡ଼ା ନିକଟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛି ।  ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ର ଏକ ଟିମ୍ ଏହି ଧଳାଜହର ବ୍ୟବସାୟୀ କୁ ରାଇପଡା ଜଗଂଲ ନିକଟରୁ ଗିରଫ କରିଛନ୍ତି ।

ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଅଞ୍ଚଳର କୃଷ୍ଣଚନ୍ଦ୍ର ଧଳ ଓ ତାଙ୍କ ପତ୍ନୀ ପ୍ରଭାତି ଧଳ , ଖୋର୍ଦ୍ଧା ଅଞ୍ଚଳର ( ବାସେଳି ସାହି ର ) କହ୍ନେଇ ଘଟୁଆଲ , ବେଗୁନିଆ ଥାନା ( ଦେଉଳି ନୂଆ ସାହି ର ) ସୁମନ୍ତ ନାୟକ । ଅଭିଯୁକ୍ତ ମାନକୁଂ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ସୂଚନା ଦେଇଛନ୍ତି ।