No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ମେ ସୋମବାର) ପୁରୀ :- ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଯୋରସୋରରେ ଚାଲିଛି । ରଥର ନାହାକା ଚକ ପ୍ରସ୍ତୁତ ହୋଇଛି । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି । ମହାପ୍ରଭୁଙ୍କ ଭଉଁରୀ ଉତ୍ସବକୁ ଦୃଷ୍ଟି ଦେଇ କାମ ଆଗଉଛି । ଏହି ପବିତ୍ର ତିଥି ରଥର ଚକ ଓ ଅଖ ସଂଯୁକ୍ତ ହେବ ।
ତେଣୁ ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି । ଯନ୍ତା ପଟାରେ ତୁମ୍ବ ସହ ଅର ସଂଯୋଗ ବା ସିଙ୍ଗଡ଼ା ବାଡ଼ିଆ ହୋଇ ପଇକୁ ବିନ୍ଧ ପରେ ଖୁସିଅର ଲାଗୁଛି । ପରେ କଳସା କରାଯାଇ ପଇକୁ ବାନ୍ଧେଣୀ କରି ଚକ ପ୍ରସ୍ତୁତ ହେଉଛି । ରଥଖଳାରେ ଚିରଟ ହୋଇ ଜଳଯନ୍ତ୍ର ଓ ଗୁଜ କାଠ ପହଂଚିଛି । ଗୁଜ ହେଉଛି ରଥର ସୁରକ୍ଷା କବଚ । ରଥନିର୍ମାଣରେ ସମୁଦାୟ ୧୬୬ ଜଣ ସେବକ ଲାଗିଛନ୍ତି ।
No Result
View All Result