No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡର ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଲୟ ରେ ୧୫୮ ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଛି ବାଙ୍କୀ ଉପଖଣ୍ଡ ରେ ୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାଙ୍କୀ ଉପଖଣ୍ଡ ଚିିକିତ୍ସାଳୟରେ ୨୫ଜଣଙ୍କ ଠାରୁ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ରେ ୪୧ ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କଟକ ପାଠ ଯାଇଛି ।
ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପସ୍ବାସ୍ଥ୍ୟ କେନ୍ଦ୍ର ରେ ୧୨ ଜଣଙ୍କର ଆର୍ଟିପିସିଆର ସ୍ୱାବ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇଛି ଓ ୮୦ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ସହିତ କୁଶପଙ୍ଗି ଗ୍ରାମ ପଞ୍ଚାୟତ ନିସ୍ତିପୁର ଗ୍ରାମକୁ ନିଷେଦ୍ଧା ଅଞ୍ଚଳ ଘୋଷଣା କରାଯିବା ପରେ ସେଠାରେ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସେଠାରୁ ଗତ ୨୮ତାରିଖ ଦିନ ୨୪୮ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ କଟକ ପଠାଯାଇଥିଲା । ସେଥି ମଧ୍ୟରୁ ୧୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ପ୍ରକାଶ ପାଇଛି । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result