କରୋନା ଯୋଦ୍ଧା ଡାକ୍ତରଙ୍କ ପ୍ରତି ବାଙ୍କୀ ପୋଲିସର ଦୁର୍ବ୍ୟବହାର ସବୁ ସ୍ତରରେ ନିନ୍ଦା

ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର) ବାଙ୍କୀ :- ବାଙ୍କୀରେ କାର୍ଯ୍ୟରତ କରୋନା ଯୋଦ୍ଧା ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କ ପ୍ରତି ରବିବାର ସକାଳେ  ବାଙ୍କୀ କଚେରୀ ଛକ ଠାରେ ବାଙ୍କୀ ଥାନାର ଜଣେ (ଟ୍ରେନିଂ ରତ) ଏ.ଏସ୍‌.ଆଇ କେ.ଆର.ସାହୁ ତାଙ୍କ ପ୍ରତି ଦୁର୍ବ୍ୟବହାର କରି ଅଟକାଇ ଥିଲେ।ଡାକ୍ତର ପଣ୍ଡା ନିଜକୁ ଡାକ୍ତର ବୋଲି କହିଥିଲେ ମଧ୍ୟ ଉକ୍ତ ଟ୍ରେନିଂ ରତ ଏ.ଏସ୍‌.ଆଇ ସାହୁ ଶୁଣିନଥିଲେ ଡାକ୍ତର ତାଙ୍କର ପରିଚୟ ପତ୍ର ଦେଖେଇଲା ପରେ ଉକ୍ତ ପୋଲିସ ଅଯଥା ରେ ପୁଣି ତାଙ୍କୁ ଅଟକେଇ ଦୁଇ ଚକିଆ ଯାନରେ ଯିବାଅସିବା ପାଇଁ ଅନୁମତି ମାଗିଥିଲେ । ଡାକ୍ତର ପଣ୍ଡା କହିଲେ ସେ ଡାକ୍ତର ଥିବାରୁ ତାଙ୍କର ପରିଚୟ ପତ୍ର ହିଁ ଯଥେଷ୍ଟ ଗାଡି ର ଅନୁମତି ପାସ ଦରକାର ନାହିଁ କିନ୍ତୁ ନଛଡ଼ ବନ୍ଧା ପୋଲିସ ଡାକ୍ତର ଙ୍କୁ ଫାଇନ୍ ଦେବାକୁ କହିଥିଲେ ।

 

ସେଠାରେ କାର୍ଯ୍ୟ ରେ ଥିବା ଅନ୍ୟ ଜଣେ ପୋଲିସ ପ୍ରମୋଦ ସ୍ବାଇଁ ପହଞ୍ଚି ଡାକ୍ତର ଙ୍କୁ ଛାଡି ଦେବାକୁ କହିଲା ପରେ ଡାକ୍ତର ଶ୍ରୀ ପଣ୍ଡା ଙ୍କୁ ପୋଲିସ ଛାଡି ଥିଲା ।ଡାକ୍ତର ପଣ୍ଡା ଆଜି ସକାଳୁ ବାଙ୍କୀ ଟାଉନରେ ତାଙ୍କର ଶିବଶକ୍ତି ହୋମିଓ କ୍ଲିନିକୁ ରୋଗୀ ଦେଖିବା ପାଇଁ ଆସୁଥିବା ଅବସ୍ଥାରେ ଏଭଳି ଘଟଣା ଘଟିଥିଲା ଉକ୍ତ ସେବା ସଦନ ରେ ବହୁ ରୋଗୀ ଅପେକ୍ଷା କରି ଫେରି ଯାଇଥିଲେ ।ପୋଲିସ ର ଏହିପରି ଅମାନବକତା ଘଟଣା ପରେ ଡାକ୍ତର ପଣ୍ଡା ବାଙ୍କୀ ଥାନାକୁ ଯାଇ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଙ୍କୁ ଦଙ୍କୁ ସାକ୍ଷାତ କରି ଏ ସଂପର୍କରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଡାକ୍ତର ପଣ୍ଡା ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି ।

ଏହି ଘଟଣା ଘଟିବା ପରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟାନ୍ୟ ଡାକ୍ତରମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ଦେଖାଦେଇଛି ।  ଏ ସଂପର୍କରେ ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀଙ୍କ ସହିତ ରେ ଯୋଗଯୋଗ କରାଯାଇଥିଲେ ମଧ୍ୟ ଫୋନ ନେଟୱାର୍କ ସମସ୍ୟା ଯୋଗୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ପୋଲିସ ର ଏହି ପ୍ରକାର ଆଚରଣ କୁ ବାଙ୍କୀ ର ବହୁବୁଦ୍ଧି ଜୀବୀ ଓ ରାଜ୍ୟ ର ବହୁ ଡାକ୍ତର ନିନ୍ଦା କରିବା ସହ ଉକ୍ତ ପୋଲିସ ଅଫିସର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । (ରିପୋର୍ଟ :ଗୌତମ ମିଶ୍ର )