No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର) କଳାହାଣ୍ଡି :- କରୋନା ମହାମାରୀକୁ କିପରି ପରାସ୍ତ କରିହେବ ତାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ତୁହା କୁ ତୁହା ଲକ ଡାଉନ ସଟ୍ ଡାଉନ୍ କିରି ନିୟନ୍ତ୍ରଣ କରିବାରେ ଆଗେଇ ଆସୁଛନ୍ତି । ଶନିବାର ଓ ରବିବାର ସଂପୂଣ୍ଣ ସଟଡାଉନ ଥିବାବେଳେ ନର୍ଲାରେ କିନ୍ତୁ ସାପ୍ତାହିକ ହାଟ ଖୋଲି କରୋନା ମହାମାରୀକୁ ନିମନ୍ତ୍ରଣ କରାଯାଉଛି ବୋଲି ବିଭିନ୍ନ ମହଳରେ ଚର୍ଚ୍ଚା ଜୋର ଧରିଛି । ଘୋଷଣା ଅନୁଯାୟୀ ସାପ୍ତାହିକ ହାଟକୁ ସଂପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା ବେଳେ ନର୍ଲା ସାପ୍ତାହିକ ହାଟରେ ଅଜସ୍ର ଭିଡ଼ ସହ ମାଛ, ମାଂସ ଦୋକାନ ମାନଙ୍କରେ ଭିଡ଼ ପରିଲକ୍ଷିତ ହୋଇଛି। ମାସ୍କ ବ୍ୟବହାର ସାମାଜିକ ଦୂରତାକୁ ସଂପୂର୍ଣ୍ଣ ମାତ୍ରରେ ଫୁ କରି ଦିଆଯାଇଛି ।
ଜିଲ୍ଲା ପ୍ରଶାସନ ମାଇକ ସାହାଯ୍ୟରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ବୁଲି ବୁଲି ସଚେତନ କରିବା ସହିତ ବିଭିନ୍ନ ଉପାୟ ଅବଲମ୍ବନ କରି କରୋନା ମହାମାରୀକୁ କିପରି ପରାସ୍ତ କରାଯାଇ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଥିବା ବେଳେ ନର୍ଲା ଅଞ୍ଚଳରେ କିନ୍ତୁ ବ୍ଲକ୍ ପ୍ରଶାସନ ହାଲୁକା ଭାବରେ ଗ୍ରହଣ କରୁଛନ୍ତି । ଦୋକାନ ଦୋକାନ ଵୁଲି ପୋଲିସ ପ୍ରଶାସନ ଭିଡ଼କୁ ଆଖି ଆଗରେ ରଖି ଦୋକାନ ମାନଙ୍କୁ ଅର୍ଥଦଣ୍ଡ ଦେଉଥିବା ବେଳେ ସାପ୍ତାହିକ ହାଟରେ ମାସ୍କ, ସାମାଜିକ ଦୁରତ୍ଵ କିଛି ନାହିଁ ଏମାନଙ୍କୁ ଫାଇନ କାଟିବାକୁ ପୋଲିସ ବାବୁ ନିରବଦୃଷ୍ଟା ସାଜିଥିବା ଦୃଶ୍ୟ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ରାଜରାସ୍ତାରେ ପୋଲିସର ଚେକିଙ୍ଗେ ବେଶ ଫଳପ୍ରଦ ହୋଇପାରି ଥିବା ବେଳେ ସାପ୍ତାହିକ ହାଟରେ ନିଜର ନ ପଡ଼ିବା ଜନସାଧାରଣଙ୍କୁ ଆର୍ଶଯ୍ୟ କରିଦେଉଛି ।
ସାପ୍ତାହିକ ହାଟ ସହ ଅନେକ ଦୋକାନ ଖୋଲିବା ବିନାଶ କାଳେ ଵିପରିତ ବୃଦ୍ଧି ମନେହେଉଛି। ପ୍ରକାଶ ଥାଉକି ଯେ କରୋନା ସଂକ୍ରମଣ କମୁଥିବା ବେଳେ ମୃତୁ ହାର ବୃଦ୍ଧି ହେଉଥିବା ଜଣାପଡ଼ିଛି। ଶନିବାର ଓ ରବିବାର ଦୁଇ ଦିନ ସଂପୂର୍ଣ୍ଣ ସଟଡାଉନ ସରକାର ଘୋଷଣା କରିଥିବା ସତ୍ତ୍ୱେ ନର୍ଲା ଠାରେ କିଏ ରବିବାର ଦିନ ହାଟ ବସିବା ପାଇଁ ଅନୁମତି ଦେଲା ବୋଲି ବୁଦ୍ଧିଜୀବି ମହଲରେ ମତ ରହୁଛି। ଆଜି ନର୍ଲା ସାପ୍ତାହିକ ହାଟରେ ପୋଲିସ ପହଞ୍ଚି ଅନେକ ଉଠା ଦୋକାନୀଙ୍କଠାରୁ ଫାଇନ ପକାଇବା ସହ ଲୋକଙ୍କୁ ତଡିଥିଲା ତେବେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ କରୋନାକୁ ରୋକିବା ଏକ ହାସ୍ୟାସ୍ପଦ କଥା ହେବ ବୋଲି ସଚେତନ ନାଗରିକ ମାନେ ମତ ଦେଇଛନ୍ତି।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result