ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ପାରଳାଖେମୁଣ୍ଡି :- ପୁଣି ପଦାକୁ ଆସିଲା ଆନ୍ଧ୍ରର ମନମାନି । ଉନ୍ନୟନ ମୂଳକ କାର୍ଯ୍ୟରେ ବାଧକ ସାଜୁଛି ଆନ୍ଧ୍ର, ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଛନ୍ତି ଆନ୍ଧ୍ର ଜମି ମାଫିଆ । ସହଯୋଗ କରୁଛି ଆନ୍ଧ୍ର ପ୍ରଶାସନ । ଓଡିଶା ଜମିରେ ପ୍ରଶାସନ ରାସ୍ତା ନିର୍ମାଣ କରୁଥିବା ବେଳେ ନିଜର ଜମି ଦର୍ଶାଇ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି ଆନ୍ଧ୍ର ମାଫିଆ, ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗଜପତି ଜିଲ୍ଲାରୁ ଦେଖିବା ଏହି ରିପୋର୍ଟ । ପାହାଡ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ଅଞ୍ଚଳବାସୀ । ଏଭଳି କ୍ଷେତ୍ରରେ ଗଙ୍ଗବାଡ ପଞ୍ଚାୟତକୁ ଯୋଗାଯୋଗ କରିବା ପାଇଁ ଓଡିଶା ଦେଇ ନିର୍ମାଣ କରାଯାଇଥିବା ରାସ୍ତା ତିତିଲି ବାତ୍ୟାରେ ନଷ୍ଟ ହୋଇଯିବା ପରେ ଅଞ୍ଚଳକୁ ଆନ୍ଧ୍ରଦେଇ ଯୋଗାଯୋଗ କରିବା ଏକମାତ୍ର ରାସ୍ତା ରହିଥିବା ହେତୁ ସବୁବେଳେ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ରହୁଛି । ବିଭିନ୍ନ ଆଳରେ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରୁଛି ଆନ୍ଧ୍ର ।

ଗତ ନିର୍ବାଚନରେ ମଧ୍ୟ ତାହା ଦେଖିବାକୁ ମିଳିଥିଲା । ସେହି ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ପ୍ରତିବାଦ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଞ୍ଚଳର ବିକାସ ଏବଂ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯୋଜନା ମୁତାବକ ଗଙ୍ଗବାଡ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଚମ୍ପାପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅର୍ଥ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ ହୋଇଛି । କାର୍ଯ୍ୟ ଆରମ୍ଭର କିଛିଦିନ ପରେ ହିଁ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି ଆନ୍ଧ୍ର ଜମି ମାଫିଆ । ମହେନ୍ଦ୍ରଗିରି ପାଦ ଦେଶରେ ଚମ୍ପାପୁର ନିକଟରେ ରହିଥିବା ଏକ ଏକର ଜମିକୁ ଆନ୍ଧ୍ରର ଚାଷୀ ନିଜ ଅକ୍ତିଆରରେ ରଖି ଚାଷ ବାସ କରୁଥିବା ବେଳେ ବିଭିନ୍ନ ସମୟରେ ଓଡିଶା ଏବଂ ଆନ୍ଧ୍ରର ଚାଷୀ ମୁହାଁ ମୁହିଁ ହୋଇଛନ୍ତି । ଏବେ ପ୍ରଶାସନ ଅଞ୍ଚଳର ବିକାଶ ପାଇଁ ରାସ୍ତା ନିର୍ମାଣ କରୁଥିବା ବେଳେ କେତକ ଆନ୍ଧ୍ର ଚାଷୀ ସେହି ଜମି ତାଙ୍କର ଦର୍ଶାଇ ଉନୟନ କାର୍ଯ୍ୟକୁ ବନ୍ଦ କରି ରଖିଛନ୍ତି । କାର୍ଯ୍ୟ ବନ୍ଦ ପରେ ପ୍ରଶାସନକୁ ଜଣାଇଥିଲେ ସୁଧା କୌଣଶି ପଦକ୍ଷେପ ଗ୍ରହଣ କରାନଯିବା ଫଳରେ ଗୋଟିଏ ମାସରୁ ଅଧିକ ସମୟ ହେଲା କାର୍ଯ୍ୟ ବନ୍ଦ ହୋଇ ପଡି ରହିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ସୀମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ପଞ୍ଚାୟତରେ ଏକ ରାଜସ୍ବ କାର୍ଯ୍ୟାଳୟ ଖୋଲାଯିବା ସହ ଘଟଣାସ୍ଥଳକୁ ଏକ ସ୍ବତନ୍ତ୍ର ଟିମ୍ ପଠାଇ ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହାଣଧିନ ରାସ୍ତାକୁ ବନ୍ଦକଲେ ଜମି ମାଫିଆ

(ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )