ତାଲାବନ୍ଦ ମାନୁ ନାହାଁନ୍ତି ନିଶା ଖୋର ଅମାନିଆ ବିଭିନ୍ନ ସ୍ଥାନରେ ଚୋରି ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମଇ,ଶନିବାର ) ବାଙ୍କୀ :- କରୋନା କୁ ଚେକ ଦେବା ପାଇଁ ରାଜ୍ୟ ସରକାର ତଲାବନ୍ଦ କରିଥିବା ବେଳେ ବାଙ୍କୀ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତାହା ମଧ୍ୟ ସମଗ୍ର ବାଙ୍କୀ ରେ ପାଳନ କରାଯାଇଛି।ବାଙ୍କୀ ରେ ତଲାବନ୍ଦ ରେ ପୋଲିସ ପେଟ୍ରୋଲିଂ କଡାକଡି ହେଉନଥିବାରୁ ଅଧିକାଂଶ ଯୁବ ବର୍ଗ ଓ ଲୋକେ ଲୁଚା ଛପା ରେ ବିକ୍ରି ହେଉଥିବା ନିଶା ସାମଗ୍ରୀ ଖାଉଛନ୍ତି। ବାଙ୍କୀ ରେ ବହୁ ଜାଗାରେ ଲୁଚା ରେ ଚୋରା ମଦଓ ଧଳା ଜହର ବିକ୍ରି ହେଉଛି ଅଧିକାଂଶ ଯୁବ ବର୍ଗ ସେଥିପ୍ରତି ଆଗ୍ରହ ପ୍ରକାଶ କରିଧଳା ଜହର ସେବନ କରୁଛନ୍ତି ବୋଲି ବହୁ ଲୋକେ ଅଭିଯୋଗ କରୁଛନ୍ତି।

ଅବକାରୀ ବିଭାଗ ର ପେଟ୍ରୋଲିଂ ପାଇଁ ଗାଡି ନଥବା କି ପ୍ରଯ୍ୟାପ୍ତ ପରିମାଣର କର୍ମଚାରୀ ଓ ଚଢ଼ାଉ ପାଇଁ ସାମଗ୍ରୀ ଅଭାବ ରୁ ଉକ୍ତ ବିଭାଗ କାଁଭାଁ କେଉଁଠି କେଉଁଠି ଚଢ଼ାଉ କରି କିଛି ଚୋରା ମଦ ବେପାରୀ ଙ୍କ ଠାରୁ ମଦ ଜବତ କରିବା ସହ ବେପାରୀ ଙ୍କୁଗିରଫ କରି ନିଜର ଅସ୍ତିତ୍ବ ଅଛି ବୋଲି ଦର୍ଶାଉଛି ବୋଲି ବହୁ ବୁଦ୍ଧି ଜୀବୀ ପ୍ରକାଶ କରିଛନ୍ତି।ଧଳା ଜହର ବେପାରୀ କି ସେବନ କରୁଥିବା ଲୋକଙ୍କୁ ଅବକାରୀ ବିଭାଗ ଧରିବା ରେ ବିଫଳ।ପୋଲିସ କଥା ନ କହିଲେ ଭଲ ବର୍ତ୍ତମାନ ବାଙ୍କୀ ରେ କରୋନା ସଂକ୍ରମଣ ର ସଂଖ୍ୟା ବୃଦ୍ଧି ବଢିବା ବେଳେ ପୋଲିସ ପକ୍ଷରୁ ତଲାବନ୍ଦ ସମୟରେ ସେମିତି ଆଖି ଦୃଶିଆ ପେଟ୍ରୋଲିଂ କି ତନଖି ହେଉନାହିଁ ଯାହାର ଫାଇଦା ଉଠାଉ ଛନ୍ତି ନିଶା ଖୋର ଲୁଚି ଛପି ତଲାବନ୍ଦ କୁ ଫୁ କରି ନିଶା ସେବନ କରି ନିଜ ଘରକୁ ଯାଉଥିବା ବହୁ ସଚେତନ ନାଗରିକ ପ୍ରକାଶ କରି ପୋଲିସ ର ପରିବା ପଣିଆ ଉପରେ ପ୍ରଶ୍ନ ଉଠାଇ ଛନ୍ତି।

ସୂଚନା ଯୋଗ୍ୟ ବାଙ୍କୀ ରେ ଧାଳା ଜହର ଯୁବ ବର୍ଗ ସେବନ କରୁଥିବାରୁ ଧଳା ଜହର ସେବନ ପାଇଁ ବିଭିନ୍ନ ସ୍ଥାନରେ ଚୋରି କରୁଛନ୍ତି।ନିକଟରେ ବାଙ୍କୀ କଲେଜ ରୋଡ଼ ରେ ଜଣେ ଦୁଇ ଜଣଙ୍କର ଘରୁ ଚୋରି ହୋଇଥିଲା ଗତ କାଲି ବାଙ୍କୀ ବିଜେପି ର ବରିଷ୍ଠ ସଭ୍ୟ ତୁଷାର କାନ୍ତ ଚକ୍ରବର୍ତ୍ତୀ ଙ୍କ ଘରୁ ଚୋରି ହୋଇଥିଲା ସେ ମଧ୍ୟ ପୋଲିସ ର ପେଟ୍ରୋଲିଂ ନଥିବା ଓ ଯୁବ ବର୍ଗ ନିଶା ଖୋର ହୋଇଥିବାରୁ ନିଶା ଖାଇବା ପାଇଁ ଏହିପରି ଚୋରି କରୁଛନ୍ତି।ପୋଲିସ ଚୋରି ସ୍ଥାନକୁ ଆସି ତନଖି କରି ଚୋର ଙ୍କୁ ଧରିବା କାଠିକର ପାଠ।ବାଙ୍କୀ ରେ ପୋଲିସ ପେଟ୍ରୋଲିଂ କଡା କଡ଼ି କରିବା ସହ ନିଶା ଖୋର ବ୍ୟକ୍ତି ଓ ବେପାରୀ ଙ୍କୁ ତଗିଦ କରିବା ସହ ସେମାନେ କିପରି ଏଥିରୁ ନିବୃତ୍ତ ହେବେ ସେ ସମ୍ପର୍କରେ ବହୁ ଜନସାଧାରଣ ପ୍ରଶାସନ ଓ ପୋଲିସ କୁ ଅନୁରୋଧ କରିଛନ୍ତି।(ରିପୋର୍ଟ -ଗୌତମ ମିଶ୍ର )