ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୬୪ ଜଣ ନେଲେ କରୋନା ପ୍ରତିଷେଧକ ଟୀକା

ଓଡ଼ିଶା ତାଜା ନ୍ୟୁଜ୍ (୨୯ ମଇ,ଶନିବାର ) ବାଙ୍କୀ :- ଆଜି ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧ୍ୟକ୍ଷ ଡାକ୍ତର ଅମରେଶ ସାହୁ ଙ୍କ ତତ୍ୱାବଧାନରେ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣରେ ଦୂତୀୟ ପାଳି କରୋନା ଟିକା କରଣ କରା ଯାଇଥିଲା। ୧୬୪ଜଣ ଆଜି ଟୀକା ନେଇଥିଲେ ଆଜିର ଟିକା କରଣ କାର୍ଯ୍ୟକ୍ରମ ରେ ଓସ୍ତିଆ ସରପଞ୍ଚ ମମତା ବେହେରା ପ୍ରଥମ ପାଳି ଟିକା ନେଇଥିଲେ ।

ସମସ୍ତେ ଟିକା ନେବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୦ମିନିଟ ବିଶ୍ରାମ କରି ଯାଇଥିଲେ କାହାର କୌଣସି ପାର୍ଶ୍ଵ ପତିକ୍ରିୟା ପରିଲକ୍ଷିତ ହୋଇନଥିଲା।ଏହି ଟିକା କରଣ କାର୍ଯ୍ୟକ୍ରମ କୁ ପ୍ରଦୀପ କୁମାର ସାହୁ, ମାନ ଭଞ୍ଜନ ଦଳେଇ, ସ୍ନେହମୟୀ ସ୍ବାଇଁ ସହଯୋଗ କରି ସଫଳ କରିଥିଲେ ।(ରିପୋର୍ଟ -ଗୌତମ ମିଶ୍ର )