No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ରାୟଗଡ, ଗଜପତି :- ମହାମାରୀ କରୋନାର ଦୁତୀୟ ଲହର ସଂକ୍ରମଣ ଚେଇନ୍ ଭାଙ୍ଗିବାପାଇ ରାଜ୍ୟ ସରକାର ଲକଡାଉନ ସଡ଼ଡାଉନ୍ କରିଥିବା ବେଳେ ତାର ଖୁଲମ୍ ଖୁଲାମ ଉଲଙ୍ଘନ ହେଉଥିବା ରାୟଗଡରେ ଦେଖିବାକୁ ମିଳୁଛି l ସପ୍ତାହର ଦୁଇଦିନ ଅର୍ଥାତ୍ ଶନିବାର ରବିବାର ସପ୍ତାହନ୍ତ ସଟଡାଉନ୍ ଥିବାବେଳେ କେବଳ ମେଡିକାଲ ଦୋକାନ ଛାଡ଼ି ସବୁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରୁଥିବା ବେଳେ ଅନଲାଇନ୍ ବ୍ୟବସାୟ ଚାଲୁରହୁଥିବା ଦେଖିବାକୁ ମିଳୁଛି l ରାୟଗଡ ଠାରେ ଅନଲାଇନ୍ ବ୍ୟବସାୟ ଯଥା ଫ୍ଲିପକାର୍ଡ ଡେଲିବେରି ବୟ ସବୁ ଦିନଭଳି ସଡ଼ଡାଉନ୍ ଦିନ ମଧ୍ୟ ଆସି ଅଡର କରୀଥିବା ଲୋକଙ୍ଗୁ ଜିନିଷ ପତ୍ର ଡେଲିଭେରୀ ଦେଉଥିବା ଦେଖିବାକୁ ମିଳୁଛି l ଏହା କେମିତି ଅଜବ କଥା କରୋନା କାଳରେ ରାୟଗଡ଼ ରେ ଛୋଟ ଛୋଟ ବ୍ୟବସାୟ ମାନେ ନିଜ ନିଜ ଦୋକାନ ବନ୍ଦ କରି ରହୁଥିବା ବେଳେ

ଏଠାରେ ଅନଲାଇନ୍ ବ୍ୟବସାୟ ମାନେ କେମିତି ସେମାନଙ୍କ ବ୍ୟବସାୟ ଚାଲୁ ରଖିଛନ୍ତି ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି l ସରକାର ନିରୀହ ଗରିବ ଲୋକଙ୍କୁ ସଡ଼ଡାଉନ ନୀୟମକୁ ମାନିବାକୁ ବାଧ୍ୟ କରୁଥିବା ବେଳେ ଅନଲାଇନ୍ ବ୍ୟବସାୟ ମାନଙ୍କୁ କିଭଳି ପ୍ରଶୟ ଦେଇ ବ୍ୟବସାୟ କରିବା ପାଇଁ ଅନୁମତି ଦେଇଛନ୍ତି ତାହା ମଧ୍ୟ ପ୍ରଶ୍ନ ହେଉଅଛି l ସଡ଼ଡାଉନ୍ ବେଳେ ଅନଲାଇନ୍ ବ୍ୟବସାୟ ମାନଙ୍କ ପାଇଁ ସ୍ଵତନ୍ତ୍ର ପାସ ଅଛିକି , ସଟଡାଉନ୍ ବେଳେ ରାୟଗଡ଼ ଗ୍ରାମର ସମସ୍ତ ଲୋକ ସଟଡାଉନକୁ ମାନି ରହୁଥିବାବେଳେ ଅନଲାଇନ ବୟ ପାଇଁ ଅନୁମତି ରହିଛି କି l ସେମାନଙ୍କ ଦ୍ବାରା କଣ କୋରାନା ବ୍ୟାପିବ ନାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏହି ସମ୍ପର୍କେ ଆମେ ରାୟଗଡ଼ ଥାନା ଅଧିକାରୀ ଙ୍କୁ ପଚାରିବାରୁ ଉକ୍ତ ସମୟରେ ଆସିବାର ନିୟମ ନାହିଁ ଏହି ସମ୍ପର୍କେ ଆମେ ଉଚ୍ଛ କର୍ତ୍ତୃପକ୍ଷଙ୍କୁ ଜଣାଇବୁ ବୋଲି କହିଥିଲେ l ( ରିପୋର୍ଟ -ସଞ୍ଜୀବ କୁମାର ପାଣି )
No Result
View All Result