No Result
View All Result
ପ୍ରତିଭା କୁମାରୀ ପାଢ଼ୀ ପ୍ରଧାନ ଶିକ୍ଷୟତ୍ରୀ ,ମାରାପଲ୍ଲୀ,
ବ୍ରହ୍ମପୁର,ଗଞ୍ଜାମ
ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର ) ବାଙ୍କୀ :-
ନେଇ ଯାରେ ମେଘ ମୋତେ
ନୀଳାଚଳେ,ଶିରୀ କ୍ଷେତ୍ରେ
ମୋ ଜଗା ପାଶେ ।
ନେଇ ଯାରେ ମେଘ ମୋତେ
ଜଗା ସିନା ସେଠି ଭକତ ର ଲାଗି
ବସିଅଛି ବାହୁ ମେଲାଇ ।
ମୋ ଜୀବନ ଦୁଃଖ ବର୍ଣ୍ଣିବି ତା ପଶେ
ନେତ୍ରୁ ମୋର ଅଶ୍ରୁ ଝରାଇ
ଶୁଣୁ କି ନ ଶୁଣୁ ମୋ ଦୁଃଖ କାହାଣୀ
ଭରସା କରିଛି ମୁହିଁ ।
ନେଇ ଯାରେ ମେଘ
ଚଉ ବାହା ତାର ସାହା ହେବ ମୋର
ବିଶ୍ୱାସ ମନରେ ରହିଛି ।
ସଂସାର ର ମାୟା ବାନ୍ଧି ରହିଛି ରେ
ତଥାପି ପାରୁନି ମୁରୁଛି ।
ତୋ ବେନି ଚରଣେ ପଶୁଛି ଶରଣ
ଆଶିଷ ମୁଁ ଟିକିଏ ମାଗୁଛି ।
ନେଇ ଯାରେ ମେଘ ମୋତେ . (ରିପୋର୍ଟ/ଗୌତମ ମିଶ୍ର )
No Result
View All Result