ବାଙ୍କୀରେଅବକାରୀ ବିଭାଗର ଚଢ଼ାଉ, ଜଣେମହିଳା ଗିରଫ – ୧୪କିଲୋ ୭ଶହଗ୍ରାମ ଗଞ୍ଜେଇ ଜବତ

ଓଡ଼ିଶା ତାଜା ନ୍ୟୁଜ (୨୯ ମଇ ଶନିବାର ) ବାଙ୍କୀ :-  ଆଜି କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଡାକ୍ତରସାନ୍ତନୁ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇଚାଲାଣ ଖବର ପାଇ କଦଳୀବାଡି ପଂଚାୟତର କଦଳୀବାଡି ଠାରେ ଚଢ଼ଉ କରିଥିଲେ । ସବିତା ସାମଲଙ୍କ ଠାରୁ୧୪କିଲୋ ୭ଶହ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ୍ କରିଥିଲେ । ଗିରଫ୍ ମହିଳା ଗଞ୍ଜେଇବ୍ୟବସାୟୀଙ୍କୁ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ କଟକ ଜିଲ୍ଲା ବିଚାର ବିଭାଗ କୋର୍ଟରେ ହାଜରକରାଯାଇଛି ବୋଲି ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି ।

ବାଙ୍କୀ ଅବକାରୀ ବିଭାଗ ଅଧିକାରୀତେଲେସ୍ଫର ଲାକ୍ରାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ଦୀପକ କୁମାର ସାମଲ, ସଂଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା, ବିଶ୍ୱନାଥ ସୋରେନ୍ ପ୍ରମୁଖ ଅବକାରୀ କର୍ମଚାରୀମାନେସହଯୋଗ କରିଥିଲେ । (ରିପୋର୍ଟ/ଗୌତମ ମିଶ୍ର )