No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୮ ମଇ, ଶୁକ୍ରବାର ) ଓଡ଼ଗାଁ :- ଓଡ଼ଗାଁ ଥାନା ଅଧିନ ବାହାଡ଼ାଝୋଲା ଓ ମହିପୁର ରାସ୍ତାର ବନ୍ତଳା ଛକ ମୁଖ୍ୟରାସ୍ତା ଉପରେ ଆଜି ଅପରାହ୍ନ ୩ଟାରେ ଏକ ବିରାଟ ଆମ୍ବଗଛ ପଡିଯିବା ଫଳରେ ବାହାଡ଼ାଝୋଲା ମହିପୁର ରାସ୍ତା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡିଥିଲା । ଫଳରେ ୩ଘଣ୍ଟାରୁ ଉର୍ଦ୍ଧ୍ବ ସମୟଧରି ଯାତାୟାତ ଠପ ହୋଇଯାଇଥିଲା । ରାସ୍ତାର ଦୁଇପଟେ ଅନେକ ଗାଡିମଟର ଜମା ହୋଇରହିଥିବା ବେଳେ ଖବର ପାଇ

ଓଡ଼ଗାଁ ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ପ୍ରଫୁଲ କୁମାର ପାଇକରାୟଙ୍କ ନେତୃତ୍ବରେ ଧର୍ଯ୍ୟଧର ବିଶ୍ୱାଳ,ନିମାଇଁ ସ୍ୱାଇଁ,ଶୁଭଜିତ ରଥ,ରମେଶ ସାହୁ ଓ ସନ୍ଦିପ ବେହେରା ଘଟଣା ସ୍ଥଳରେ ପହଞ୍ଚି କଟରମେସିନ ସାହାଯ୍ୟରେ ଗଛଡାଳ କାଟି ରାସ୍ତାରୁ ହଟାଇବା ପରେ ଯୋଗାଯୋଗ ସ୍ୱାଭାବିକ ହୋଇଥିବା ଜଣାପଡିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result