No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଅନୁପମ ସାହା କାଶୀନଗର ଗସ୍ତ କରି ବିଭିନ୍ନ ୱାର୍ଡ ପରିକ୍ରମା କରି ଘରୋଇ ସଂଘରୋଧରେ ଥିବା କୋଭିଡ୍ ସଂକ୍ରମିତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥାବସ୍ତା ଓ ଚିକିତ୍ସା ସେବା ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ପଞ୍ଜୀକରଣ ଆଦିର ସମୀକ୍ଷା କରିଥିଲେ ।

ଏହାପରେ କାଶୀନଗର ପୌର ପରିଷଦ ଦ୍ଵାରା ସହରରେ ନିର୍ମିତ ହେଉଥିବା ‘ମୁକ୍ତ’ ଯୋଜନା ଅନ୍ତର୍ଗତ ବର୍ଷାଜଳ ସଂରକ୍ଷଣ ନିମନ୍ତେ ହେଉଥିବା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବା ସହ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ସେ ସହରର ବିଭିନ୍ନ ୱାର୍ଡ ପରିଦର୍ଶନରେ ଯାଇ ପାରଳାଖେମୁଣ୍ଡି ଫେରିଯାଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ କାଶୀନଗର ବିଡିଓ ସୀମାଞ୍ଚଳ ମହାନ୍ତି, କାଶୀନଗର ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡ.ସତ୍ୟସମ୍ପର୍ଣ୍ଣା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ( ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result