No Result
View All Result
ଟ୍ୟୁସନ ମାଷ୍ଟ୍ର କରୋନା କୁ କଲେ “ଫୁ”
ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଚାନ୍ଦପୁର :- ରାଜ୍ୟ ରେ କୋଭିଡ-୧୯ ବିଭୀଷିକା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଛାତ୍ର ଛାତ୍ରୀ ତଥା ଜନସାଧାରଣ ଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଥିଲେ ମଧ୍ୟ କେତେକ ସ୍ଥାନରେ ଶିଶୁଙ୍କ ସ୍ଵାସ୍ଥ୍ୟ କୁ ଗୁରୁତ୍ୱ ନଦେଇ ଏକାଠି ଶତାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ଟ୍ୟୁଟୋରିଆଲ ଖୋଲି ପାଠ ପଢାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଚାନ୍ଦପୁର ରେ । ଯେପରିକି ଟ୍ୟୁସନ କରି କରୋନା କୁ ନିମନ୍ତ୍ରଣ କରୁଛନ୍ତି ଟ୍ୟୁଟୋରିଆଲ ର ଅମାନିଆ ଶିକ୍ଷକ ।
ସେହିଭଳି ଚାନ୍ଦପୁର ର ମଦରଷ୍ଟାର ଟ୍ୟୁଟୋରିଆଲ ରେ ଶତାଧିକ ଛାତ୍ର ଛାତ୍ରୀ ଏହି କରୋନା ସମୟରେ ଟ୍ୟୁସନ କରୁଥିବା ଦେଖିବାକୁ ମିଳିଥିଲା ଯାହାକୁ ଆଜି ଚାନ୍ଦପୁର ଥାନା ଅଧିକାରୀ ଆଇଆଇସି ରଶ୍ମି ରଞ୍ଜନ ଚଢ଼ାଉ କରି ମଦରଷ୍ଟାର ଟ୍ୟୁଟୋରିଆଲର ଦୁଇ ଶିକ୍ଷକ ଜମ୍ବେଶ୍ୱର ଜୁଜର ସିଂହ ଓ ଦୁର୍ଯ୍ୟୋଧନ ବେହେରା ଙ୍କ ଠାରୁ ୧୦,୦୦୦ ଜରିମାନା ଆଦାୟ କରିଛନ୍ତି । ଖାଲି ଶିକ୍ଷାନୁଷ୍ଠାନ ନୁହେଁ ମଦ ଦୋକାନ ରେ ହେଉଥିବା ଗଦା ଗଦା ଲୋକ ମେଳି କୁ ଆକଟ କରିଛି ପୋଲିସ ଏବଂ ମଦ ଦୋକାନ ରୁ ୫,୦୦୦ ଜରିମାନା ଆଦାୟ କରିଥିବା ଜଣା ଯାଇଛି ।
ମୋଟ ଚାନ୍ଦପୁର ଅଞ୍ଚଳରୁ ୨୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି ପୋଲିସ । ଏତଦବ୍ୟତୀତ ଚାନ୍ଦପୁର ପୋଲିସ ଛକ , ବଜାର , ଶିକ୍ଷାନୁଷ୍ଠାନ , ଦୋକାନ ଗୁଡିକରେ ନଜର ରଖିବା ସହ ଲୋକଙ୍କୁ କଡା ସଚେତନ କରାଇଛି ଚାନ୍ଦପୁର ପୋଲିସ ।
No Result
View All Result