No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- ସଂପ୍ରତି ମହାମାରୀ ପରିପ୍ରେକ୍ଷୀରେ ଉଷ୍ମଦେଶୀୟ ବାତ୍ୟା “ୟାସ୍’ ତା ୨୬-୦୫-୨୦୨୧ ବୁଧବାର ଦିନ ଦେଶଣ ପୂର୍ବ ଉପକୂଳକୁ ବିଧ୍ୱସ୍ତ କରିବା ସହ ପ୍ରବଳ ବୃଷ୍ଟିପାତ କରିଛି, ଘର, ଚାଷ ଜମି ଓ ଇଲେକ୍ଟ୍ରିକାଲ୍ ନେଟ୍ୱର୍କ କ୍ଷତିଗ୍ରସ୍ତ ହୋଇଛି । ପୂର୍ବ ଅନୁଭୂତିରୁ ମିଳିଥିବା ଶିକ୍ଷାନୁସାରେ ଟିପିସିଓଡିଏଲ୍ ତରଫରୁ ବିପଦ ମୁକାବିଲା ଲାଗି ଅଗ୍ରୀମ ବିପର୍ଯ୍ୟୟ ପରିଚାଳନା ଯୋଜନା (ଡିଏମ୍ପି) ପ୍ରସ୍ତୁତ କରାଯାଇଥିଲା । ଏହା ଅଧୀନରେ ଢାଞ୍ଚାଗତ ପଦ୍ଧତି ନିର୍ଧାରଣ କରାଯାଇଥିଲା ଯେଉଁଥିରେ ସାମିଲ୍ ରହିିଛି ପ୍ରତିଷେଧମୂଳକ ପଦକ୍ଷେପ, ବିପର୍ଯ୍ୟୟ ପରିଚାଳନା ଲାଗି ଭୂମିକା ଓ ଦାୟିତ୍ୱ ନିର୍ଧାରଣ ସହିତ ଜରୁରୀକାଳୀନ ମାମଲା ପାଇଁ ଆବଶ୍ୟକ ଉପକରଣ/ମେସିନ୍ ଯୋଗାଣ କରିବା ଯୋଜନା । ସାମୁଦ୍ରିକ ବାତ୍ୟା “ୟାସ୍’ ବିଷୟରେ ଘୋଷଣା କରାଯିବା ସଙ୍ଗେ ସଙ୍ଗେ ଟିପିସିଓଡିଏଲ୍ ପକ୍ଷରୁ ତୀବ୍ର ସାମୁଦ୍ରିକ ଝଡ଼ରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିବା ଅଞ୍ଚଳଗୁଡ଼ିକୁ ଆଗୁଆ ଚିହ୍ନଟ କରାଯାଇଥିଲା ।
ନିର୍ଧାରିତ ଡିଏମ୍ପି ଅନୁସାରେ, ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଲାଗି ପ୍ରାୟ ୧୦,୦୦୦ ବର୍ତମାନର ଓ ଅତିରିକ୍ତ ମାନବ ସମ୍ବଳ ସହିତ ପର୍ଯ୍ୟାପ୍ତ ପରିମାଣର ଉପକରଣ ଓ ମେସିନ୍ ମୂତୟନ କରାଯାଇଥିଲା । ସବ୍ଡିଭିଜନ୍ ଗୁଡ଼ିକ ଭିତରେ ଦ୍ରୁତ ପୁନରୁଦ୍ଧାର ଟିମ୍ ଗଠନ କରାଯାଇଥିଲା ଓ ସର୍ବନିମ୍ନ ସମୟ ଭିତରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ଲାଗି ସ୍ପଷ୍ଟ ଦାୟିତ୍ୱ ଓ ଭୂମିକା ଧାର୍ଯ୍ୟ କରାଯାଇଥିଲା । ୟାସ୍ର ପରବର୍ତୀ ପ୍ରଭାବ ବିଧ୍ୱଂସକାରୀ ଥିଲା ଓ ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି କେନ୍ଦ୍ରାପଡ଼ା (ଅଞ୍ଚଳ-ଆଳି, ରାଜକନିକା, ରାଜନଗର-୨), ମାର୍ଶାଘାଇ (ଅଞ୍ଚଳ-ବାବର, ମହାକାଳପଡ଼ା), ପାରାଦୀପ(ଅଞ୍ଚଳ- ଚଟୁଆ) ଏବଂ ଜଗତସିଂହପୁର (ଅଞ୍ଚଳ-ବାଲିକୁଦା ୨)ର ସେକ୍ସନଗୁଡ଼ିକ । ଏହି ସମଗ୍ର ଅଞ୍ଚଳ ପାଣିରେ ବୁଡ଼ି ଯାଇଥିଲା, ଗଛ ପଡ଼ିଥିବାରୁ ରାସ୍ତା ବନ୍ଦ ହୋଇଯାଇଥିଲା, ଡାଳର ଓଜନରେ କଣ୍ଡକ୍ଟର୍ଗୁଡ଼ିକ ଭାଙ୍ଗି ଯାଇଥିଲା ଓ ଅଧିକାଂଶ ଅଞ୍ଚଳ ଜଳମଗ୍ନ ରହିଥିଲା । ବାତ୍ୟା ପରେ, ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଛି ।
ରେକର୍ଡ ୨ ଘଣ୍ଟା ସମୟ ଭିତରେ ସମସ୍ତ ହସ୍ପିଟାଲ୍, କୋଭିଡ୍ କେୟାର୍ ସେଣ୍ଟର, ଆଇସିୟୁ ୟୁନିଟ୍ ଓ ଅକ୍ସିଜେନ୍ ପ୍ଲାଣ୍ଟକୁ ବିଦୁୃ୍ୟତ୍ ଯୋଗାଇ ଦିଆଯାଇଥିଲା । ଅଗ୍ରାଧିକାର ଭିତ୍ତିରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ / ସିଏଚ୍ସିଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ କରାଯାଇଥିଲା । ବିଦୁୃ୍ୟତ୍ ଯୋଗାଣର ପୁନରୁଦ୍ଧାର ସମ୍ପର୍କରେ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ୍, ସିଇଓ, ଟିପିସିଓଡିଏଲ୍ କହିଛନ୍ତି ଯେ, “ବାତ୍ୟା ବିପଦର ମୁକାବିଲା କରିବା ଓ ପ୍ରଭାବ କମ୍ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଥିଲା ପ୍ରାକ୍-ମୌସୁମୀ କାର୍ଯ୍ୟକଳାପ ଯଥା ଗଛ କାଟିବା, ସମ୍ବେଦନଶୀଳ ହଟ୍ସ୍ପଟ୍କୁ ଚିହ୍ନଟ କରି ସେଥିରେ ସୁଧାର ଆଣିବା, ବଣ୍ଟନ ଟ୍ରାନ୍ସଫର୍ମର୍ ଇତ୍ୟାଦିର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଆଦି ଲାଗି ପ୍ରସ୍ତୁତି କରିବା । ଏହା କରିବା ଦ୍ୱାରା ଆମେ ପ୍ରଭାବ କମ୍ କରିଥିଲୁ ଓ ଗ୍ରାହକମାନଙ୍କ ଉପରେ ପ୍ରଭାବକୁ ସର୍ବନିମ୍ନ କରିବା ନିଶ୍ଚିତ କରିବା ଲାଗି ଦ୍ରୁତ ପୁନରୁଦ୍ଧାର ପାଇଁ ସମସ୍ତ ସମ୍ବଳକୁ ନେଇ ଆମେ କାର୍ଯ୍ୟରେ ଲାଗି ପଡ଼ିଥିଲୁ । ’’ବାତ୍ୟା ସମୟରେ ନିରନ୍ତର ସହଯୋଗ ଲାଗି ଆମେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି ମଧ୍ୟ କୃତଜ୍ଞ ।’’
ନିରନ୍ତର ନିରୀକ୍ଷଣ, ଫିଡର୍ର ବ୍ୟବସ୍ଥିତ ପାଟ୍ରୋଲିଂ ଓ ନେଟ୍ୱର୍କ ଲାଇନ୍କୁ ସଫା କରିବା ସହ ଟିପିସିଓଡିଏଲ୍ ଲ୍ୟାଣ୍ଡ୍ଫଲ୍ର ୮ ଘଣ୍ଟା ଭିତରେ ୭୦% ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର କରାଯାଇଥିଲା । ପୁନଶ୍ଚ, ଟିପିସିଓଡିଏଲ୍ ପକ୍ଷରୁ ଅଞ୍ଚଳ ଉପରେ ସ୍ପଷ୍ଟ ଧ୍ୟାନ ଓ ନେଟ୍ୱର୍କର ବ୍ୟବସ୍ଥିତ ରକ୍ଷଣାବେକ୍ଷଣ ଯୋଗୁଁ ଦ୍ୱେତ ସହର (କଟକ ଓ ଭୁବନେଶ୍ୱରରେ ୧୦୦% ବିଦୁୃ୍ୟତ୍ ଯୋଗାଣ କରାଯାଇଥିଲା । ବର୍ତମାନ ସୁଦ୍ଧା, ୮୫% ନେଟ୍ୱର୍କ ପୁନରୁଦ୍ଧାର କରାଯାଇଛି ଓ ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ କରାଯାଇଛି । ବଳକା ୧୫% ଅଞ୍ଚଳରେ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର କରିବା ଲାଗି ଜଳ ସ୍ତର ହ୍ରାସ ପାଇବା ଲାଗି ଆମେ ଅପେକ୍ଷା କରିଛୁ । ଟିପିସିଓଡିଏଲ୍ ଟିମ୍ ପକ୍ଷରୁ ସୁରକ୍ଷା ଓ ସତର୍କତା ସହିତ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ଯୋଗାଣର ପୁନରୁଦ୍ଧାର କରିବା ଲାଗି ଚବିଶ ଘଣ୍ଟା କାର୍ଯ୍ୟ କରାଯାଉଛି ।
No Result
View All Result