No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଚାନ୍ଦପୁର :- ଚାନ୍ଦପୁର ରେ ଗୋରୁ ଚୋରି ରୋକିବା ଦିଗରେ ପୋଲିସ ର ତତ୍ପରତା । ଚାନ୍ଦପୁର ମଶାଣୀ ପଦା ରୁ ଗୋରୁ ଚୋରି କରି ନେଉଥିବା ବେଳେ ଗୋରୁ ଗାଡି ଉଦ୍ଧାର କଲେ ଚାନ୍ଦପୁର ଥାନା ର ମହିଳା ଅଧିକାରୀ ଅଞ୍ଜଳୀ ସାହୁ ଏବଂ ଏସ ଆଇ ରାକେଶ କୁମାର । ଚାନ୍ଦପୁର ଥାନା ର ମହିଳା ଅଧିକାରୀ ଅଞ୍ଜଳି ଦାସ ଙ୍କ ସାହାସିକତା ଯୋଗୁଁ ଜବତ ହୋଇ ପାରିଲା ଗୋରୁ ଗାଡି । ଚାନ୍ଦପୁର ଥାନା ର ମହିଳା ଅଧିକାରୀ ଚାନ୍ଦପୁର ଠାରୁ ପିଛା କରି ଖୋର୍ଦ୍ଧା ବେଗୁନିଆ ରେ ଗାଡି ଉପରେ ଚଢ଼ାଉ କରିଥିଲେ ।
ଯାହା ଫଳରେ ଗୋରୁ ଚୋରି କରି ନେଉଥିବା ଅଭିଯୁକ୍ତ ଗୋରୁ ଗାଡି ଛାଡି ପଳାଇଗଲେ । ସେହି ସ୍ଥାନରେ ଗୋରୁ ଗାଡି କୁ ଜବତ କରାଯାଇ ଗୋରୁ ଙ୍କୁ ଉଦ୍ଧାର କରାଯିବା ସହ ଗୋରୁ ମାଲିକଙ୍କୁ ଜିମା ଦିଆଯାଇଥିବା ଜଣାଯାଇଛି । ଉକ୍ତ ଚଢ଼ାଉ ରେ ପୋଲିସ ଙ୍କ ସହ ସ୍ବେଚ୍ଛାସେବୀ ଧୀରେନ କୁମାର ସାହୁ ମଧ୍ୟ ସହଯୋଗ କରିଥିଲେ । ଫଳରେ ଗୋରୁ ଙ୍କୁ ଉଦ୍ଧାର କରାଯିବା ସହ ଗୋଟିଏ ବୋଲେରୋ ଗାଡି ଏବଂ ଏକ ମଟର ସାଇକେଲ ଜବତ ହୋଇଛି ।
ତଥା ଜବତ ହୋଇଥିବା ମଟର ସାଇକେଲ ଟି ଗତ କିଛି ଦିନ ତଳେ ଓଡ଼ଗାଁ ରୁ ଚୋରି ହୋଇଥିବା ମଟର ସାଇକେଲ ବୋଲି ଜଣା ଯାଇଛି । ଚାନ୍ଦପୁର ଥାନାରେ ୭୬/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଚାନ୍ଦପୁର ଅଞ୍ଚଳ ରେ ଗୋରୁ ଚୋରିକୁ ପ୍ରଶୟ ଦିଆଯିବ ନାହିଁ ଏବଂ ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଗୋରୁ ଚୋର ଙ୍କୁ ଅନୁସନ୍ଧାନ କରି ଗିରଫ କରିବେ ବୋଲି ଥାନା ଅଧିକାରୀ ମତ ଦେଇଛନ୍ତି ।
No Result
View All Result