No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ଏନ୍ଟିପିସି କେବଳ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିନାହିଁ ବରଂ କୋଭିଡ୍-୯ ମହାମାରୀ ରୋକିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରି ଓ ସମାଜର ନିକଟତର ହୋଇ ଦେଶର ବିଭିନ୍ନ ସ୍ଥାନରେ ମେଡିକାଲ୍ ଭିତ୍ତିଭୂମିରେ ଉନ୍ନତି ଆଣିଛି । ଦେଶରେ ଅକ୍ସିଜେନ୍ ଶଯ୍ୟାର ଅଭାବ ଦେଖାଦେଇଥିବା ବେଳେ ଏନ୍ଟିପିସି ଦ୍ୱାରା ସପ୍ତାହକ ଭିତରେ ସାଧାରଣ ଲୋକମାନଙ୍କ ପାଇଁ ୬୦୦ ଅକ୍ସିଜେନ୍ ଶଯ୍ୟା ଓ ୧୨୦୦ ସଙ୍ଗରୋଧ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହଯୋଗରେ କଂପାନି ତରଫରୁ ଅପହଞ୍ଚ ଅଞ୍ଚଳରେ ମେଡିକାଲ୍ ସେବାରେ ଉନ୍ନତି ଅଣାଯାଇଛି ।

କଂପାନି ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼ରେ ୪୦୦ କୋଟି ଟଙ୍କା ବିନିଯୋଗରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ର ବ୍ୟବସ୍ଥା କରାଯାଇଛି । ରେକର୍ଡ ସମୟ ଭିତରେ ଏହି କୋଭିଡ୍ ହସ୍ପିଟାଲ୍ର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାରୁ ଏହି ଅଞ୍ଚଳର ଲକ୍ଷାଧିକ ଲୋକ ଉପକୃତ ହୋଇଛନ୍ତି । ବିଭିନ୍ନ ମେଡିକାଲ୍ ଉପକରଣ ପ୍ରଦାନ କରିବା ବ୍ୟତୀତ ଏନ୍ଟିପିସି ପକ୍ଷରୁ ୨୦ ଭେଌକ୍ଷଗ୍ଧ;ିଲେଟର୍ ପ୍ରଦାନ କରାଯାଇଥିଲା ଯାହା ଗୁରୁତର ରୋଗୀଙ୍କ ଚିକିତ୍ସାରେ ବିଶେଷ ସହାୟକ ହୋଇଛି । ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାର ଆବଶ୍ୟକତାକୁ ନଜରରେ ରଖି ଏନ୍ଟିପିସି ତରଫରୁ ଏହି ହସ୍ପିଟାଲ୍କୁ ଅତିରିକ୍ତ ୪୦ଟି ଭେଌକ୍ଷଗ୍ଧ;ିଲେଟର୍ ପ୍ରଦାନ କରାଯାଇଛି । ଏନ୍ଟିପିସି ଦର୍ଲିପାଲି ତରଫରୁ ଝାରସୁଗୁଡ଼ାରେ ୩୦ ଆଇସିୟୁ ଶଯ୍ୟା ସ୍ଥାପନ କରିବା ଲାଗି ମଧ୍ୟ ସହାୟତା ପ୍ରଦାନ କରାଯାଇଛି ।

କେବଳ ଓଡ଼ିଶା ନୁହେଁ କଂପାନି ତରଫରୁ ଦିଲ୍ଲୀ, ନୋଏଡା, ବଦରପୁର, ଦାଦ୍ରି, ଝାଡ଼ଖଣ୍ଡ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦି ସ୍ଥାନରେ କଂପାନି ପକ୍ଷରୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ କଂପାନି ଅକ୍ସିଜେନ୍ ପ୍ଲାଌକ୍ଷଗ୍ଧ;୍ ସ୍ଥାପନ କରିଛି । ଅକ୍ସିଜେନ୍ ପ୍ଲାଌକ୍ଷଗ୍ଧ;୍ ସ୍ଥାପନ କରିବାରେ କଂପାନି ୧୨ କୋଟି ଟଙ୍କା ବିନିଯୋଗ କରିଛି । କଂପାନି ତରଫରୁ ୨୦୦୦ ଶିଳ୍ପ ସିଲିଣ୍ଡର ମଧ୍ୟ ଜିଲ୍ଲା ପ୍ରଶାସନଗୁଡ଼ିକୁ ଯୋଗାଇ ଦିଆଯାଇଛି । କୋଭିଡ୍ ସମ୍ପର୍କରେ କଂପାନି ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି । ଟିକାକରଣ କ୍ଷେତ୍ରରେ ମଧ୍ୟ ଏନ୍ଟିପିସି ସହାୟତା ପ୍ରଦାନ କରିଛି । ବର୍ତମାନ ସୁଦ୍ଧା ଏହାର କାର୍ଯ୍ୟ କ୍ଷେତ୍ରରେ ୭୦,୦୦୦ ଲୋକଙ୍କ ଟିକାକରଣ କରିଛି ।
ଏଥିରେ ସାମିଲ୍ ଅଛନ୍ତି କଂପାନିର କର୍ମଚାରୀ, ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ପରିବାର ସଦସ୍ୟ ଏବଂ ସମାଜର ବିଭିନ୍ନ ବର୍ଗର ଲୋକ । ବିଭିନ୍ନ ସ୍ଥାନରେ ଗଣ ଟିକାକରଣ ଅଭିଯାନ ଆୟୋଜନ କରାଯାଇଛି । ଏନ୍ଟିପିସି ଦର୍ଲିପାଲି ତରଫରୁ ପାରିପାଶ୍ୱିର୍କ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ୧୦,୦୦୦ ଟିକା ସଂଗ୍ରହ କରାଯାଇଛି । ଏନ୍ଟିପିସି ତରଫରୁ ମେଡିକାଲ୍ ଭିତ୍ତିଭୂମିରେ ଅଣାଯାଇଥିବା ଉନ୍ନତି ଓ ଅକ୍ସିଜେନ୍ ବ୍ୟବସ୍ଥା ଭବିଷ୍ୟତରେ ମଧ୍ୟ କାର୍ଯ୍ୟରେ ଲାଗିପାରିବ ।
No Result
View All Result